ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଜଗା ଦାଣ୍ଡରେ ଜନସମୁଦ୍ର

0

ଜନସମୁଦ୍ର ପାଲଟିଲା ପୁରୀ ବଡ଼ଦାଣ୍ଡ । ନୂଆ ବର୍ଷରେ ଜଗାକୁ ଦେଖିବାକୁ ଧାଇଁଆସିଛି ଭକ୍ତ । ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଜଗାକୁ ଦେଖି ଭାବବିହ୍ୱଳ ହୋଇଯାଇଛି ଭକ୍ତ। କେବେଳ ରାଜ୍ୟରୁ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ କାଳିଆ ଦର୍ଶନ ପାଇଁ ଛୁଟି ଆସିଛନ୍ତି ।

ସମସ୍ତଙ୍କ ମନରେ ଇଛା ଥାଏ,ଯେ ନୁଆବର୍ଷର ଆରମ୍ଭରୁ କାଳିଆ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ । କିଭଳି ବର୍ଷଟି ଭଲରେ ବିତିବ ସେଥିପାଇଁ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି । କିନ୍ତୁ କରୋନା ପାଇଁ ବଡ଼ଦିନ ଓ ନୂଆବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଆଜି ତିନି ଦିନ ପରେ ଖୋଲିଛି ପୁରୀ ଶ୍ରୀମନ୍ଦିର । ସର୍ବସାଧାରଣ ଦର୍ଶନ ୩ ଦିନ ବନ୍ଦ ରହିବା ପରେ ରାତି ୩ଟାରେ ଖୋଲିଛି ଶ୍ରୀମନ୍ଦିର । ଭୋର ୪ଟା୨୦ ରେ ମଙ୍ଗଳ ଆଳତୀ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ଜମିଛି । ନୂଆବର୍ଷ ପରେ କାଳିଆର ଦର୍ଶନ କରି ଭାବବିହ୍ୱଳ ହୋଇଯାଇଛି ଭକ୍ତ ।

ଭିଡକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଓମିକ୍ରନ ସଂକ୍ରମଣ ଆତଙ୍କ ଦେଖାଦେଇଥିବାରୁ ଭକ୍ତମାନଙ୍କୂ ବ୍ୟାରିକେଡ ଭିତରେ ସାମିଜକ ଦୂରତା ସହ କୋଭିଡ଼ର ସମସ୍ତ ନିୟମ ମାନି ଦର୍ଶନ କରିବାକୁ ନିବେଦନ କରାଯାଇଛି । ଆଧାରକାର୍ଡ ଓ କୋଭିଡ଼ ଟେଷ୍ଟ ପ୍ରମାଣ ପତ୍ର, ଡବଲ ଡୋଜ ଟିକା ପ୍ରମାଣପତ୍ର ଦେଖିବା ପରେ ଭକ୍ତଙ୍କୁ ଭିତରକୁ ଛଡାଯାଉଛି।

ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଜମୁଥିବାରୁ ଏହାକୁ ଦୃଷ୍ଟିରେ କରୋନା ପାଇଁ ଗତ ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ।

Leave A Reply

Your email address will not be published.