ପ୍ରମୁଖ ଖବର

ମୁମ୍ବାଇରେ ରକେଟ୍‌ ବାଣ ଉପରେ କଟକଣା, ନଭେମ୍ବର ୨୫ ଯାଏଁ ଫୁଟାଇବା ମନା
ଭାଗିରଥି ହତ୍ୟା ମାମଲାରେ ପୂର୍ବତନ ସାଂସଦ ଭାସ୍କର ରାଓ ଜେଲ୍‌ରେ

ଭାଗିରଥି ହତ୍ୟା ମାମଲାରେ ପୂର୍ବତନ ସାଂସଦ ଭାସ୍କର ରାଓ ଜେଲ୍‌ରେ

0

ରାୟଗଡା: ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ଆତ୍ମସମର୍ପଣ କରି ଜେଲ୍‌ ଯାଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ (୭୬)। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାର ସେ ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଥିଲେ। ତାଙ୍କ ଜାମିନ ଆବେଦନ ଖାରଜ କରି କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି।

୨୦୧୦ ଡିସେମ୍ବର ୨୩ରେ କାଉନସିଲର ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ହୋଇଥିଲା। ଏହି ମାମଲାରେ ଚଳିତବର୍ଷ ଜାନୁଆରି ୨୨ରେ ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ଦେଇଥିଲେ। ଏହାକୁ ବିରୋଧ କରି ମୃତକଙ୍କ ପକ୍ଷରୁ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଜାମିନ ଆଦେଶ ରଦ୍ଦ କରିବା ସହ ଦୁଇ ସପ୍ତାହ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଭାସ୍କର ରାଓଙ୍କ ସହ ଅନ୍ୟ ଅଭିଯୁକ୍ତ ଇପିଲି ସନ୍ୟାସୀ ରାଜୁ, କେ. କ୍ରିଷ୍ଣା ରାଓ ଓ ପି. ଦିଲୀପ କୁମାର ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ରାଓଙ୍କ ଓକିଲ ନବକୁମାର କଣ୍ଟା କହିଛନ୍ତି, ଆଗାମୀ ଦିନରେ ଉଚ୍ଚତର ଅଦାଲତରେ ଜାମିନ ଆବେଦନ କରାଯିବ।

ଉଲ୍ଲେଖଯୋଗ୍ୟ, ହତ୍ୟା ଘଟଣାରେ ପ୍ରଥମେ ରାୟଗଡ଼ା ଥାନାରେ ୨୦୮/୨୦୧୦ ନମ୍ବରରେ ମାମଲା ରୁଜୁ ହୋଇଥିଲା। ପରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଥିଲା ଏବଂ ୨୦୧୧ ଏପ୍ରିଲ ୫ରେ ସିଆଇଡି-ସିବି ଥାନାରେ ୧୦/୨୦୧୧ ନମ୍ବରରେ ମାମଲା ପୁନଃ ପଞ୍ଜୀକୃତ ହୋଇଥିଲା।

Leave A Reply

Your email address will not be published.