ପ୍ରମୁଖ ଖବର

୫୦୦ ଟଙ୍କିଆ ନୋଟ୍‌ ବନ୍ଦ ହେଉ, ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ପ୍ରସ୍ତାବ
ଟାଟା ଇଲେକ୍ଟ୍ରୋନିକ୍ସ କାରଖାନାରେ ଗ୍ୟାସ୍‌ ଲିକ୍‌, ୩ ଶ୍ରମିକ ମୃତ
ଲାଞ୍ଚ ନେଇ ଧରାପଡ଼ିଥିବା ମହିଳା ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର ଚାକିରିରୁ ବହିଷ୍କୃତ

୫୦୦ ଟଙ୍କିଆ ନୋଟ୍‌ ବନ୍ଦ ହେଉ, ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ପ୍ରସ୍ତାବ

0

ଆନ୍ଧ୍ରପ୍ରଦେଶ: ଦେଶରେ ୫୦୦ ଓ ୨,୦୦୦ ଟଙ୍କିଆ ବଡ଼ ମୂଲ୍ୟର ନୋଟ୍‌ର ପ୍ରଚଳନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ଏହା ବଦଳରେ ୧୦୦ ଓ ୨୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବଢ଼ାଇବା ସହ ଡିଜିଟାଲ୍‌ କାରବାରକୁ ଅଧିକ ପ୍ରୋତ୍ସାହନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ବଡ଼ ନୋଟ୍‌ର ପ୍ରଚଳନ ହ୍ରାସ ପାଇଲେ ନଗଦ କାରବାର ନିୟନ୍ତ୍ରିତ ହେବା ସହ ଦୁର୍ନୀତି ଓ କଳାଧନ କାରବାର ଉପରେ ରୋକ୍‌ ଲାଗିପାରିବ ବୋଲି ତାଙ୍କ ମତ।

ନାଇଡୁ କହିଛନ୍ତି, ନିର୍ବାଚନ ସମୟରେ ଦୀର୍ଘ ସମୟ ଧରି କାମ କରିବା ବେଳେ ବଡ଼ ନୋଟ୍‌କୁ ନେଇ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଛୋଟ ନୋଟ୍‌ର ବ୍ୟବହାର ବଢ଼ାଇବା ଜରୁରୀ। ଏଥିସହ ଡିଜିଟାଲ୍‌ ମୁଦ୍ରା ଓ କାରବାରର ପ୍ରସାର ହେଲେ ଆର୍ଥିକ ଠକେଇ ହ୍ରାସ ପାଇବା ସହ ଦେଶର ବିକାଶକୁ ଗତି ମିଳିବ। ଏହି ପ୍ରସ୍ତାବ ସେ ଏକାଧିକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ମଧ୍ୟ ରଖିଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ୫୦୦ ଓ ୧,୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। କଳାଧନ, ନକଲି ନୋଟ୍‌ ଓ ଦୁର୍ନୀତି ରୋକିବା ଏହାର ଉଦ୍ଦେଶ୍ୟ ଥିଲା। ନୋଟବନ୍ଦୀକୁ ୧୦ ବର୍ଷ ପୂରିବା ପରେ ନାଇଡୁଙ୍କ ଏହି ପ୍ରସ୍ତାବ ଆସିଛି। ଏଥିସହ ନିର୍ବାଚନ ଅର୍ଥବଳ ନୁହେଁ, ବରଂ ଜନସେବା ଆଧାରରେ ହେବା ଉଚିତ ବୋଲି ସେ ମତ ରଖିଛନ୍ତି।

Leave A Reply

Your email address will not be published.