ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

କିଏ ହେବେ ଏ.ଆର.ରେହମାନଙ୍କ ଜ୍ୱାଇଁ?

0

୨୦୨୨ ମ୍ୟୁଜିକ ଇଣ୍ଡଷ୍ଟ୍ରିର କିଙ୍ଗ୍, ଏ.ଆର.ରେହମାନଙ୍କ ଜୀବନରେ ଖୁସି ନେଇକି ଆସିଛି । ଏଆର ରେହମାନଙ୍କ ଝିଅ ଖତିଜାଙ୍କ ନିକଟରେ ନିର୍ବନ୍ଧ ସରିଛି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଖତିଜା ଏହି ଖୁସି ଖବର ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଖତିଜା ରିୟାସଦ୍ଦିନ ଶେଖ ମହମ୍ମଦଙ୍କୁ ବିବାହ କରିବେ । ଡିସେମ୍ବର ୨୯ ଅର୍ଥାତ ଖତିଜାଙ୍କ ଜନ୍ମଦିନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଆର ରେହମାନଙ୍କ ଜ୍ୱାଇଁ ହେବାକୁ ଯାଉଥିବା ରିୟାସଦ୍ଦିନ ଶେଖ ମହମ୍ମଦ ଜଣେ ଲାଇଭ ସାଉଣ୍ଡ ଇଞ୍ଜିନିୟର । ରିୟାସଦ୍ଦିନ ମ୍ୟୁଜିକ କମ୍ପୋଜର ଏଆର ରେହମାନ ଓ ଅମିତ ତ୍ରିବେଦୀଙ୍କ ପାଇଁ କାମ କରନ୍ତି ।

ରିୟାସିଦ୍ଦିନଙ୍କ ଇନଷ୍ଟାଗ୍ରାମରୁ ଜଣାପଡୁଛି ଯେ, ସେ ନିଜର ଶଶୁର ଘର ସହ ଭଲ ସମ୍ପର୍କ ବନାଇ ସାରିଛନ୍ତି । ରବିବାରକୁ ଖତିଜା ନିଜ ନିର୍ବନ୍ଧ ଫଟୋ ସେୟାର କରିଥିଲେ । ଯେଉଁଥିରେ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧି ଖତିଜା ବସିଥିବା ନଜର ଆସିଛନ୍ତି । ଖତିଜାଙ୍କ ପରିଚୟ କେବେଳ ଏଆର ରେହମାନଙ୍କ ଝିଅ ଭାବେ ନୁହେଁ ସେ ଜଣେ ଗୀତିକାର, ମ୍ୟୁଜିସିଆନ ଓ ସମାଜସେବୀ ମଧ୍ୟ । ଅଭିନେତ୍ରୀ କ୍ରିତୀ ସେନନଙ୍କ ଫିଲ୍ମ ମିମି’ ପାଇଁ ଖତିଜା ଗୀତ ମଧ୍ୟ ଗାଇଛନ୍ତି । ସଙ୍ଗିତ ଦୁନିଆରେ ନାଁ କରିବା ସହିତ ଖତିଜା ସମାଜସେବା କାମ, ପରୋପକାର ସେବା କରିବାରେ ଭଲ ପାଆନ୍ତି ।

Leave A Reply

Your email address will not be published.