ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କିଏ ହେବେ ଏ.ଆର.ରେହମାନଙ୍କ ଜ୍ୱାଇଁ?

0

୨୦୨୨ ମ୍ୟୁଜିକ ଇଣ୍ଡଷ୍ଟ୍ରିର କିଙ୍ଗ୍, ଏ.ଆର.ରେହମାନଙ୍କ ଜୀବନରେ ଖୁସି ନେଇକି ଆସିଛି । ଏଆର ରେହମାନଙ୍କ ଝିଅ ଖତିଜାଙ୍କ ନିକଟରେ ନିର୍ବନ୍ଧ ସରିଛି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଖତିଜା ଏହି ଖୁସି ଖବର ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଖତିଜା ରିୟାସଦ୍ଦିନ ଶେଖ ମହମ୍ମଦଙ୍କୁ ବିବାହ କରିବେ । ଡିସେମ୍ବର ୨୯ ଅର୍ଥାତ ଖତିଜାଙ୍କ ଜନ୍ମଦିନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଆର ରେହମାନଙ୍କ ଜ୍ୱାଇଁ ହେବାକୁ ଯାଉଥିବା ରିୟାସଦ୍ଦିନ ଶେଖ ମହମ୍ମଦ ଜଣେ ଲାଇଭ ସାଉଣ୍ଡ ଇଞ୍ଜିନିୟର । ରିୟାସଦ୍ଦିନ ମ୍ୟୁଜିକ କମ୍ପୋଜର ଏଆର ରେହମାନ ଓ ଅମିତ ତ୍ରିବେଦୀଙ୍କ ପାଇଁ କାମ କରନ୍ତି ।

ରିୟାସିଦ୍ଦିନଙ୍କ ଇନଷ୍ଟାଗ୍ରାମରୁ ଜଣାପଡୁଛି ଯେ, ସେ ନିଜର ଶଶୁର ଘର ସହ ଭଲ ସମ୍ପର୍କ ବନାଇ ସାରିଛନ୍ତି । ରବିବାରକୁ ଖତିଜା ନିଜ ନିର୍ବନ୍ଧ ଫଟୋ ସେୟାର କରିଥିଲେ । ଯେଉଁଥିରେ ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧି ଖତିଜା ବସିଥିବା ନଜର ଆସିଛନ୍ତି । ଖତିଜାଙ୍କ ପରିଚୟ କେବେଳ ଏଆର ରେହମାନଙ୍କ ଝିଅ ଭାବେ ନୁହେଁ ସେ ଜଣେ ଗୀତିକାର, ମ୍ୟୁଜିସିଆନ ଓ ସମାଜସେବୀ ମଧ୍ୟ । ଅଭିନେତ୍ରୀ କ୍ରିତୀ ସେନନଙ୍କ ଫିଲ୍ମ ମିମି’ ପାଇଁ ଖତିଜା ଗୀତ ମଧ୍ୟ ଗାଇଛନ୍ତି । ସଙ୍ଗିତ ଦୁନିଆରେ ନାଁ କରିବା ସହିତ ଖତିଜା ସମାଜସେବା କାମ, ପରୋପକାର ସେବା କରିବାରେ ଭଲ ପାଆନ୍ତି ।

Leave A Reply

Your email address will not be published.