ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

0

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଓମିକ୍ରନ ଭ୍ୟାରିଆଣ୍ଟ ଭୟକୁ ଦ୍ୱିଗୁଣିତ କରିଦେଇଛି। ଟିକା ନେଇସାରିଥିଲେ ବି ଅଧିକରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ କେଉଁ ମାନଙ୍କଠାରେ ଅଧିକ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି? ଏନେଇ ଗବେଷଣାରୁ ଆସିଛି ତଥ୍ୟ।

ଆରଏମଆରସି ନିର୍ଦ୍ଦେଶିକାଙ୍କ ଅଧ୍ୟକ୍ଷତାରେ ଭିମସାରର ୪ ଜଣ ଡାକ୍ତର ଏକ ଅଧ୍ୟୟନ କରିଥିଲେ। ୧୨୨ ଜଣ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ୩ଟି ପର୍ଯ୍ୟାୟରେ ରକ୍ତ ନମୁନା ସଂଗ୍ରହ କରି ଏହି ପରୀକ୍ଷା କରାଯାଇଥିଲା। ଅଧ୍ୟୟନରୁ ଜଣାପଡିଛି ଯେ, କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ।

ଗବେଷଣାରୁ ଜଣାପଡିଛି ବ୍ଲଡ ଗ୍ରୁପ ବି ପଜିଟିଭ ଓ ଓ ପିଜିଟିଭ ବ୍ୟକ୍ତିମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହୁଛି। ସେହିପରି ଟିକା ନେବାର ୬ ମାସ ମଧ୍ୟରେ କରୋନା ବିରୋଧରେ ଏହା ପ୍ରଭାବ ହରାଉଥିବା ଜଣାପଡିଛି। ତେଣୁ ଟିକାର ଦୁଇଟି ଡୋଜ ନେବା ପରେ ବୁଷ୍ଟର ଡୋଜ ନେବା ଜରୁରୀ ବୋଲି କୁହାଯାଇଛି।

ଦେଶରେ ଏବେ ପୁଣି ପୂର୍ବ ସ୍ଥିତି ଫେରିଛି । ସଂକ୍ରମଣ ବଢୁଥିବାରୁ କଟକଣା ମଧ୍ୟ ପୂର୍ବପରି ଲାଗୁ ହେବା ଆରମ୍ଭ ହେଲାଣି। ଓଡିଶାରେ ବି ସଂକ୍ରମଣ ଏବେ ଉପରମୁହାଁ। ତେଣୁ ସମସ୍ତେ କରୋନା କଟକଣା ମାନିବା ଆବଶ୍ୟକ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କାମ ନଥିଲେ ଖାଲିରେ ମଧ୍ୟ ଘରୁ ବାହାରିବା ଉଚିତ ନୁହେଁ। ଟିକାକରଣ ଜୋରଦାର ଚାଲିଥିବା ବେଳେ କରୋନା ନିୟମ ମାନିଲେ ସଂକ୍ରମଣକୁ କିଛି ମାତ୍ରାରେ ରୋକିବା ସମ୍ଭବପର ହୋଇପାରେ।

Leave A Reply

Your email address will not be published.