ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଇତିହାସ ରଚିଲେ ଅଳକା

0

ଦେଶରେ ପୁଣି ଇତିହାସ ରଚିଲେ ମହିଳା ତୈଳ କମ୍ପାନୀ ଓଏନଜିସିର ଅଧ୍ୟକ୍ଷ ହେଲେ ଅଳକା ମିତ୍ତଲ ୨୦୧୮ରୁ ଓଏନଜିସିରେ ଏଚଆର ଭାବେ କାର୍ଯ୍ୟରତ ଦେଶର ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ବିରାଟ ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି । ସୋମବାର ଓଏନଜିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. ଅଳକା ମିତ୍ତଲ । ଓଏନଜିସିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ସୁଭାଷ କୁମାର ୨୦୨୧ ଡିସେମ୍ବର ୩୧ରେ ଅବସର ନେଇଥିଲେ । ଏବେ ତାଙ୍କ ସ୍ଥାନରେ ଡ. ଅଳକା ମିତ୍ତଲ ନିଯୁକ୍ତି ପାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଦ୍ୱିତୀୟ ମହିଳା ଭାବେ କୌଣସି ତୈଳ କମ୍ପାନୀର ମୁଖିଆ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । କାରଣ ୨୦୧୪ରେ ପ୍ରଥମ ମହିଳା ଭାବେ ନିଶି ବାସୁସେବା ହିନ୍ଦୁସ୍ତାନ ପେଟ୍ରୋଲିୟମର ଅଧ୍ୟକ୍ଷ ହୋଇଥିଲେ । ଡ. ଅଳକା ମିତ୍ତଲ ଏବେ କମ୍ପାନୀର ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ୬ ମାସ ପାଇଁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ଏହି ୬ ମାସ ଯାଏ ସେ ଏଚ୍‌ଆର ନିର୍ଦ୍ଦେଶକ ସହ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ଏହି ସମୟ ସୀମା ମଧ୍ୟରେ ନିୟମିତ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ । ଡ. ଅଳକା ମିତ୍ତଲ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ, ଏମବିଏ ଡିଗ୍ରୀ ଓ ବାଣିଜ୍ୟ ପାଠ୍ୟକ୍ରମରେ ଡକ୍ଟରେଟ ହାସଲ କରିଛନ୍ତି । କମ୍ପାନୀର ୱେବସାଇଟ୍ ଅନୁଯାୟୀ ମିତ୍ତଲ ୧୯୮୫ରେ ଗ୍ରାଜ୍ୟୁଏଟ ଟ୍ରେନି ଭାବେ ଓଏନଜିସିରେ ଯୋଗ ଦେଇଥିଲେ ।

୨୦୧୮ ମସିହା ନଭେମ୍ବର ମାସରୁ ସେ ଓଏନଜିସିରେ ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଓଏନଜିସି ଇତିହାସରେ ପ୍ରଥମ ମହିଳା ଭାବେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି। ଏଚଆର ନିର୍ଦ୍ଦେଶକ ହେବା ପୂର୍ବରୁ ମିତ୍ତଲ ଓଏନଜିସିରେ ଦକ୍ଷତା ବିକାଶ ବିଭାଗର ମୁଖ୍ୟ ଥିଲେ। ଦକ୍ଷତା ବିକାଶ ମୁଖ୍ୟ ହେବା ପୂର୍ବରୁ ସେ କମ୍ପାନୀର କର୍ପୋରେଟ ଅଫିସରେ ସିଏସଆର ମୁଖ୍ୟ ଭାବେ ନିଜର ଯାଦୁ ଦେଖାଇଥିଲେ।

Leave A Reply

Your email address will not be published.