ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଲମ୍ପ ମାରୁଛି କରୋନା..ଦେଶରେ ଲକ୍ଷେ ଟପିଲା ସଂକ୍ରମଣ

0

ତୃତୀୟ ଲହରରେ କରୋନା ଏଭଳି ଲମ୍ପ ମାରିବ ବୋଲି ବୋଧେ କେହି କେବେ ଚିନ୍ତା କରିନଥିଲେ । ଓମିକ୍ରନ ଭ୍ୟାରିଆ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ଦେଶରେ ବଢିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । ଗତ ୨୪ ଘଣ୍ଟା ରେ ଦେଶରେ ସଂକ୍ରମଣ ଲକ୍ଷେ ଟପିଛି । ସେହିପରି ଦିନକରେ କରୋନାରେ ଯାଇଛି ୩୦୨ ଜଣଙ୍କ ଜୀବନ ।

ଦେଶରେ କରୋନା ସଂକ୍ରମଣର ବିସ୍ପୋରଣ । ଦିନକରେ ଲକ୍ଷେ ୧୭ ହଜାର ୧୦୦ ନୂଆ ମାମଲା ସାମନାକୁ ଆସିଛି । ଦୀର୍ଘ ୭ ମାସ ପରେ ଦୈନିକ ସଂକ୍ରମଣ ପୁଣି ଲକ୍ଷେ ଟପିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସଂକ୍ରମଣ ହାର ୨୮.୮ ପ୍ରତିଶତ ବଢିଛି । ସେହିପରି ୨୪ ଘଣ୍ଟା ରେ ୩୦୨ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୩ ହଜାର ୧୭୮ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩ ଲକ୍ଷ ୭୧ ହଜାର ୩୬୩ । ଏଯାଏ ସୁସ୍ଥ ହେଲେଣି ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ ଜଣ । ସେହିପରି କରୋନାକୁ କାବୁ କରିବାକୁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଦେଶରେ ଏଯାଏ ଟିକା ନେଲେଣି ୧୪୯ କୋଟି ୬୬ ଲକ୍ଷରୁ ଅଧିକ ।


ଡିସେମ୍ବର ୨୭ ତାରିଖରେ ୬ ହଜାର୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ତାରିଖରେ ଲକ୍ଷେ ଉପରେ ମାମଲା ଆସିଛି । ଅର୍ଥାତ ଗତ ୧୧ ଦିନରେ ସଂକ୍ରମଣ ୧୫ ଗୁଣାରୁ ଅଧିକ ବଢିଯାଇଛି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ,ପଶ୍ଚିମବଙ୍ଗ,କେରଳ ଓ ତାମିଲନାଡୁରେ ଦ୍ରୁତ ସଂକ୍ରମଣ ଚିନ୍ତାକୁ ବଢାଇଛି । ଏହି ୫ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ପ୍ରତିଶତ ପାଖାପାଖି । ସେହିପରି ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆଶଙ୍କା କରିଥିଲେ ଯେ, ଜାନୁଆରୀ ଓ ପେବୃଆରି ମାସର ସ୍ଥିତି ଆହୁରି ବେଶ ଗମ୍ଭୀର ହୋଇପାରେ । ଆଉ ଏବେ ସେହି ଆଶଙ୍କା ସତ ହୋଇଛି ।

Leave A Reply

Your email address will not be published.