ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବୋହୂର ପ୍ରବେଶ ପରେ ଘର ଛାଡିଲେ ଶ୍ୱଶୁର

0

ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ଗତକାଲି ବହୁ ବାଦ ବିବାଦ ପରେ ପ୍ରଶାସନକି ଅଧିକାରୀମାନେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରିବା ପରେ ମଧ୍ୟରାତ୍ରିରେ ଘରେ ଛାଡିଛନ୍ତି ଶ୍ୱଶୁର । ଶ୍ୱଶୁର ପ୍ରମୋଦ ସାହୁ ତପସ୍ୱିନୀ ଘରେ ପ୍ରବେଶ କରିବା ପରେ ନିଜକ ଅସୁରକ୍ଷିତ ମନେ କରୁଥିବା ନେଇ ଏକ ଭିଡିଓ ଜାରି କରିଛନ୍ତି । ଏବଂ ବୋହୂ ଘରେ ପଶୁ ପଶୁ ଅଧ ରାତିରେ ଘର ଛାଡି ପଳାଇଛନ୍ତି ଶ୍ୱଶୁର ।

ପ୍ରମୋଦ ସାହୁ ଭିଡିଓ ଜାରି କହି କହିଛନ୍ତି ଯେ, ତାଙ୍କ ଅନିଛା ସତ୍ତ୍ବେପ୍ରାାସନିକ ଅଧିକାରୀମାନେ ତାଙ୍କ ଘରେ ତପସ୍ୱିନୀଙ୍କୁ ରଖିଛନ୍ତି । ତପସ୍ୱିନୀ ଘରେ ରହିବା ନେଇ କୋର୍ଟଙ୍କ ରାୟରେ କିଛି ଦ୍ୱନ୍ଦ୍ୱ ଥିଲା । ତାଙ୍କୁ ନିଜର ମତ ରଖିବାକୁ ଦିଆଯାଇନଥିଲା । ପୂର୍ବରୁ ତପସ୍ୱିନୀ ମଧ୍ୟ ତାଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରିଛନ୍ତି । ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତେଣୁ ସେ ଭୟଭୀତ ହୋଇ ଘର ଛାଡିଥିବା କହିଛନ୍ତି । ତେବେ ସେ ଭବିଷ୍ୟତରେ ପୁଣି ଘରକୁ ଫେରିବେ ବୋଲି କହିଛନ୍ତି ।

ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘରେ ତପସ୍ୱିନୀ ରହିପାରିବେ ବୋଲି ଜିଲ୍ଲା ଜଜ୍ କୋର୍ଟ ଦୁଇ ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ତାଙ୍କୁ ମାସିକ ୧୭ ହଜାର ଟଙ୍କା ଦେବା ପାଇଁ କୋର୍ଟ କହିଥିଲେ । ହେଲେ ସୁମିତଙ୍କ ପରିବାର ଲୋକଙ୍କୁ ଉପର ମହଲାରେ ଏକ ଅଲଗା ରୁମରେ ରହିବା ପାଇଁ ତାଙ୍କୁ କହିଥିଲେ । କିନ୍ତୁ ତପସ୍ୱିନୀ ତଳ ମହଲାରେ ତାଙ୍କ ବେଡ଼ ରୁମରେ ରହିବେ ବୋଲି ଜିଦ ଧରିଥିଲେ ।

ହେଲେ ଗତକାଲି ଆଉ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା । ସୁମିତଙ୍କ ଓକିଲ କହିଥିଲେ, ଘରେ ତପସ୍ୱିନୀ ରହିବା ପାଇଁ କୋର୍ଟ କୌଣସି ଅନୁମତି ଦେଇନାହାନ୍ତି । ଏହା ପରେ ଶ୍ୱଶୁର ପ୍ରମୋଦ ସାହୁ ଗ୍ରୀଲରେ ତାଲା ପକାଇଦେଇଥିଲେ । ଫଳରେ ବାରଣ୍ଡାରୁ ଆଉ ଘରୁ ଭିତରକୁ ଯାଇପାରିନଥିଲେ ତପସ୍ୱିନୀ । ଗଣମାଧ୍ୟମ ଆଗରେ ସେ ଭୋ ଭୋ ହୋଇ କାନ୍ଦିବା ସହ ସମସ୍ତେ ତାଙ୍କୁ ଠକି ଦେଉଥିବା କହିଥିଲେ । ହେଲେ ରାତି ପ୍ରାୟ ୯ଟାପରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତପସ୍ୱିନୀଙ୍କୁ ଘର ଭିତରକୁ ଯିବାକୁ ଅନୁମତି ଦେଇଥିଲେ । ଘରର ତାଲା ଶ୍ୱଶୁର ଖୋଲିଥିଲେ । ଏବଂ ଡିମ୍ପଲ ନଡିଆ ପିଟି ଘର ଭିତରକୁ ପ୍ରବେଶ କରିଥିଲେ । ଏବଂ ସତ୍ୟର ଜିତ ହୋଇଛି ବୋଲି ତପସ୍ୱିନୀଙ୍କ ଓକିଲ କହିଥିଲେ ।

Leave A Reply

Your email address will not be published.