ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଓମିକ୍ରନ ଚିହ୍ନଟ ପାଇଁ ଓଡିଶା ଆସିବ ‘ଓମିସିୟୋର’

0

ଦେଶ ସହ ରାଜ୍ୟରେ ମଧ୍ୟ ଓମିକ୍ରନ ଭ୍ୟାରିଆ ଯୋଗୁଁ ସଂକ୍ରମଣ ବଢିଚାଲିଛି । କରୋନା ସଂକ୍ରମଣ ମାମଲା ବଢିଚାଲିଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି,ସେମାନଙ୍କ ଜେନମ ସ୍ୱିକେନ୍ସଂ ପାଇଁ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ହେଲେ ଏବେ ଆଉ ଓମିକ୍ରନ ଚିହ୍ନଟ ପାଇଁ ଅଧିକ ବିଳମ୍ବ ହେବ ନାହିଁ । ଓମିକ୍ରନ ଚିହ୍ନଟ ପାଇଁ ଓଡିଆ ଆସିବ ଓମିସିୟୋର କିଟ୍ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅର୍ଡର କରାଯାଇଛି ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଆସିବ ଓମିସିୟୋର କିଟ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସିୟୋର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଛି । ଟାଟ ଏମଡି ଏହି ଅର୍ଡର ରିସିଭି କରିଛି । ଏହି କିଟ୍ ଦ୍ୱାରା ଓମିକ୍ରନ ଭୂତାଣୁକୁ ବେଶ ସହଜରେ ଚିହ୍ନଟ କରାଯାଇପାରିବ । ରାଜ୍ୟରେ ଆଜି ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଶହେ ଟପିଛି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ୧୦୩କୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓମିକ୍ରନ ଭ୍ୟାରିଆ ଯୋଗୁଁ କରୋନା ସଂକ୍ରମଣ ଉପରମୁହାଁ ହେଉଛି ।

Leave A Reply

Your email address will not be published.