ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଦେଶରେ ବେଲଗାମ୍ କରୋନା

0

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଲାଗୁନି ବ୍ରେକ> ଦିନକୁ ଦିନ ସ୍ଥିତି ଅଣାୟ ହେବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ଲକ୍ଷେ ୬୮ ହଜାର ୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୭୭ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ଗତକାଲିଠୁ ଆଜିର ସଂକ୍ରମଣ ହାର କମ ରହିଛି। ଗତକାଲି ସଂକ୍ରମଣ ହାର ୧୨.୬ ପ୍ରତିଶତ ଥିବା ବେଳେ ଆଜି ୧୦.୬୪ ପ୍ରତିଶତ ରହିଛି।

ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ରକେଟ ସ୍ପିଡରେ ମାଡିବାରେଲାଗିଛି । ସପ୍ତାହକ ମଧ୍ୟରେ ୬ ଗୁଣାରୁ ଅଧିକ ସଂକ୍ରମଣ ଦେଶରେ ବୃଦ୍ଧି ପାଇଛି । ଡିସେମ୍ବର ୨୭ରୁ ଜାନୁଆରି ୨ ମଧ୍ୟରେ ଦେଶରେ ଲକ୍ଷେ ୩୦ ହଜାର ମାମଲା ଆସିଥିଲା। ଦ୍ୱିତୀୟ ଲହରରେ ଲକ୍ଷେ ୩୦ ହଜାରରୁ ୭ ଲକ୍ଷ ୮୦ ହଜାରେ ପହଞ୍ଚିବାକୁ ପାଖାପାଖି ୫ ସପ୍ତାହ ସମୟ ନେଇଥିଲା। କିନ୍ତୁ ତୃତୀୟ ଲହରରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଦେଶରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪,୮୪,୨୧୩କୁ ବୃଦ୍ଧି ପାଇଛି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୮,୨୧,୪୪୬ । ସେହିପରି ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪ ହଜାର ଟପିଛି । ୪ ହଜାର ୪୬୧ରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଅଧିକ ମାଡୁଥିବାରୁ ଚିନ୍ତା ବଢାଇଛି।

ଦିଲ୍ଲୀ,ମୁମ୍ବାଇରେ ତୃତୀୟ ଲହରରେ ଅଧିକ ପୁଲିସ କର୍ମଚାରୀ ଓ ଡାକ୍ତର ସଂକ୍ରମିତ ହେଉଥିବା ଦେଖାଦେଉଛି । ଦେଶରେ ଅଧିକାଂଶ ରାଜ୍ୟରେ କରୋନା କଟକଣା ଲାଗୁ କରାଯାଇଛି। ସନ୍ତାହାନ୍ତ ସଟଡାଉନ,ନାଇଟ କର୍ଫ୍ୟୁ ବି ଲାଗୁ କରାଯାଇଛି। ତଥାପି କିନ୍ତୁ କରୋନା ସଂକ୍ରମଣ ବଢି ବଢି ଚାଲିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ , ସଂକ୍ରମଣ ଯେତିକି ବେଗରେ ବ୍ୟାପୁଛି, ଖୁବ ଶୀଘ୍ର ଶୀର୍ଷକୁ ଛୁଇଁପାରେ। ଜାନୁଆରୀ ଶେଷ କି ଫେବୃଆରି ମଧ୍ୟ ଭାବରେ ସଂକ୍ରମଣ ପିକରେ ପହଞ୍ଚିପାରେ। ତେଣୁ ସେତିକିଦିନ ସମେସ୍ତ କରୋନା ନିୟମ ମାନି ସଚେତନ ହୋଇ ରହିବା ଆବଶ୍ୟକ।

Leave A Reply

Your email address will not be published.