ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଦେଶରେ ବେଲଗାମ୍ କରୋନା

0

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଲାଗୁନି ବ୍ରେକ> ଦିନକୁ ଦିନ ସ୍ଥିତି ଅଣାୟ ହେବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ଲକ୍ଷେ ୬୮ ହଜାର ୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୭୭ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ଗତକାଲିଠୁ ଆଜିର ସଂକ୍ରମଣ ହାର କମ ରହିଛି। ଗତକାଲି ସଂକ୍ରମଣ ହାର ୧୨.୬ ପ୍ରତିଶତ ଥିବା ବେଳେ ଆଜି ୧୦.୬୪ ପ୍ରତିଶତ ରହିଛି।

ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ରକେଟ ସ୍ପିଡରେ ମାଡିବାରେଲାଗିଛି । ସପ୍ତାହକ ମଧ୍ୟରେ ୬ ଗୁଣାରୁ ଅଧିକ ସଂକ୍ରମଣ ଦେଶରେ ବୃଦ୍ଧି ପାଇଛି । ଡିସେମ୍ବର ୨୭ରୁ ଜାନୁଆରି ୨ ମଧ୍ୟରେ ଦେଶରେ ଲକ୍ଷେ ୩୦ ହଜାର ମାମଲା ଆସିଥିଲା। ଦ୍ୱିତୀୟ ଲହରରେ ଲକ୍ଷେ ୩୦ ହଜାରରୁ ୭ ଲକ୍ଷ ୮୦ ହଜାରେ ପହଞ୍ଚିବାକୁ ପାଖାପାଖି ୫ ସପ୍ତାହ ସମୟ ନେଇଥିଲା। କିନ୍ତୁ ତୃତୀୟ ଲହରରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଦେଶରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୪,୮୪,୨୧୩କୁ ବୃଦ୍ଧି ପାଇଛି । ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୮,୨୧,୪୪୬ । ସେହିପରି ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪ ହଜାର ଟପିଛି । ୪ ହଜାର ୪୬୧ରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଦିଲ୍ଲୀ, ମହାରାଷ୍ଟ୍ର, ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଅଧିକ ମାଡୁଥିବାରୁ ଚିନ୍ତା ବଢାଇଛି।

ଦିଲ୍ଲୀ,ମୁମ୍ବାଇରେ ତୃତୀୟ ଲହରରେ ଅଧିକ ପୁଲିସ କର୍ମଚାରୀ ଓ ଡାକ୍ତର ସଂକ୍ରମିତ ହେଉଥିବା ଦେଖାଦେଉଛି । ଦେଶରେ ଅଧିକାଂଶ ରାଜ୍ୟରେ କରୋନା କଟକଣା ଲାଗୁ କରାଯାଇଛି। ସନ୍ତାହାନ୍ତ ସଟଡାଉନ,ନାଇଟ କର୍ଫ୍ୟୁ ବି ଲାଗୁ କରାଯାଇଛି। ତଥାପି କିନ୍ତୁ କରୋନା ସଂକ୍ରମଣ ବଢି ବଢି ଚାଲିଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ , ସଂକ୍ରମଣ ଯେତିକି ବେଗରେ ବ୍ୟାପୁଛି, ଖୁବ ଶୀଘ୍ର ଶୀର୍ଷକୁ ଛୁଇଁପାରେ। ଜାନୁଆରୀ ଶେଷ କି ଫେବୃଆରି ମଧ୍ୟ ଭାବରେ ସଂକ୍ରମଣ ପିକରେ ପହଞ୍ଚିପାରେ। ତେଣୁ ସେତିକିଦିନ ସମେସ୍ତ କରୋନା ନିୟମ ମାନି ସଚେତନ ହୋଇ ରହିବା ଆବଶ୍ୟକ।

Leave A Reply

Your email address will not be published.