ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ରକ୍ତ ରଞ୍ଜିତ ହେଲା ଶୁଲିଆ ଯାତ୍ରା

0

ବଲାଙ୍ଗୀର: ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ଆଜି ବଲାଙ୍ଗୀର ଦେଓ ଗାଁ ବ୍ଲକ ଖଇରଗୁରା ଓ କୁମରିଆ ଗାଁର ସାନ ଖଳା ଓ ବଡ଼ ଖଳାରେ ବଳି ପଡିଛି।ନିଶିପୂଜା ସହିତ କୋଭିଡ କଟକଣା ଭିତରେ ନୀତିକାନ୍ତି ସରିଛି। ସାନ ଖଳା ଓ ବଡ଼ ଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ବଳି ଦିଆଯାଇଛି। ବଡି ଭୋରରୁ ପରମ୍ପରା ଅନୁଯାୟୀ ଶୁଲିଆ ବୁଢାକୁ ଆବାହନ କଲା ପରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ୱିତ ହୋଇ ଦୁଲଦୁଲି ବାଜାର ତାଳେତାଳେ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ବେଳେ ପାରମ୍ପାରିକ ବାଦ୍ୟରେ ଦୁଲୁକିଥିଲା ଗାଁ ଦାଣ୍ଡ। ପ୍ରଥମେ ପାଟ ବୋଦାକୁ ବଳି ଦେଲା ପରେ ଭକ୍ତ ଆଣିଥିବା ପଶୁ ପକ୍ଷୀଙ୍କୁ ବାଳି ଦେଇଛନ୍ତି ଝଙ୍କାରମାନେ।

କାହିଁ କେତେ ବର୍ଷରୁ ଆଦିବାସୀଙ୍କ ଏହି ପ୍ରଥା ଓ ପରମ୍ପରା ଚାଲିଆସୁଥିବା ବେଳେ ବଳି ବନ୍ଦ କରିବାକୁ ବିଗତ ଦିନରେ ଚେଷ୍ଟା କରିଥିଲା ପ୍ରଶାସନ। କିଛିକାଂଶରେ ବଳି ବନ୍ଦ ହେବାରେ ସଫଳ ବି ହୋଇଥିଲା।। ହେଲେ ନିଜ ପରମ୍ପରା ଉପରେ ହସ୍ତକ୍ଷେପ ଅଭିଯୋଗ କରି ଭାଗ ହୋଇଯାଇଥିଲେ ଆଦିବାସୀ। ଅନ୍ୟ ଖଳା କରି ପରମ୍ପରା ବଜାୟ ରଖିଥିଲେ। ତେବେ କୋଭିଡ କଟକଣା ଭିତରେ ଚଳିତ ବର୍ଷ ଶୁଲିଆ ଯାତ୍ରା ହୋଇଛି।

ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ବେହୁରୀ,ପୂଜକ,ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ଯାତ୍ରାରେ ଯେପରି ଗହଳି ନହେବ କୋଭିଡ ନିୟମ ଉଂଲଘନ ନହେବ ତା ଉପରେ ପ୍ରଶାସନ ନଜର ରଖିଛି।

Leave A Reply

Your email address will not be published.