ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ରକ୍ତ ରଞ୍ଜିତ ହେଲା ଶୁଲିଆ ଯାତ୍ରା

0

ବଲାଙ୍ଗୀର: ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ଆଜି ବଲାଙ୍ଗୀର ଦେଓ ଗାଁ ବ୍ଲକ ଖଇରଗୁରା ଓ କୁମରିଆ ଗାଁର ସାନ ଖଳା ଓ ବଡ଼ ଖଳାରେ ବଳି ପଡିଛି।ନିଶିପୂଜା ସହିତ କୋଭିଡ କଟକଣା ଭିତରେ ନୀତିକାନ୍ତି ସରିଛି। ସାନ ଖଳା ଓ ବଡ଼ ଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ବଳି ଦିଆଯାଇଛି। ବଡି ଭୋରରୁ ପରମ୍ପରା ଅନୁଯାୟୀ ଶୁଲିଆ ବୁଢାକୁ ଆବାହନ କଲା ପରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ୱିତ ହୋଇ ଦୁଲଦୁଲି ବାଜାର ତାଳେତାଳେ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ବେଳେ ପାରମ୍ପାରିକ ବାଦ୍ୟରେ ଦୁଲୁକିଥିଲା ଗାଁ ଦାଣ୍ଡ। ପ୍ରଥମେ ପାଟ ବୋଦାକୁ ବଳି ଦେଲା ପରେ ଭକ୍ତ ଆଣିଥିବା ପଶୁ ପକ୍ଷୀଙ୍କୁ ବାଳି ଦେଇଛନ୍ତି ଝଙ୍କାରମାନେ।

କାହିଁ କେତେ ବର୍ଷରୁ ଆଦିବାସୀଙ୍କ ଏହି ପ୍ରଥା ଓ ପରମ୍ପରା ଚାଲିଆସୁଥିବା ବେଳେ ବଳି ବନ୍ଦ କରିବାକୁ ବିଗତ ଦିନରେ ଚେଷ୍ଟା କରିଥିଲା ପ୍ରଶାସନ। କିଛିକାଂଶରେ ବଳି ବନ୍ଦ ହେବାରେ ସଫଳ ବି ହୋଇଥିଲା।। ହେଲେ ନିଜ ପରମ୍ପରା ଉପରେ ହସ୍ତକ୍ଷେପ ଅଭିଯୋଗ କରି ଭାଗ ହୋଇଯାଇଥିଲେ ଆଦିବାସୀ। ଅନ୍ୟ ଖଳା କରି ପରମ୍ପରା ବଜାୟ ରଖିଥିଲେ। ତେବେ କୋଭିଡ କଟକଣା ଭିତରେ ଚଳିତ ବର୍ଷ ଶୁଲିଆ ଯାତ୍ରା ହୋଇଛି।

ଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ବେହୁରୀ,ପୂଜକ,ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଥିଲା। ଯାତ୍ରାରେ ଯେପରି ଗହଳି ନହେବ କୋଭିଡ ନିୟମ ଉଂଲଘନ ନହେବ ତା ଉପରେ ପ୍ରଶାସନ ନଜର ରଖିଛି।

Leave A Reply

Your email address will not be published.