ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଭୋଟ ପଡିବ ପଞ୍ଚାୟତରେ, ଘୋଷଣା ହେଲା ତାରିଖ

0

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ । କୋଭିଡ କଟକଣା ମଧ୍ୟରେ ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଫେବୃଆର ୧୬,୧୮,୨୦ ୨୨,୨୪ ତାରିଖରେ ପଡିବ ପଞ୍ଚାୟତ ଭୋଟ । ସକାଳ ୭ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ଫେବୃଆରୀ ୨୬,୨୭,୨୮ ତାରିଖରେ ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି ହେବା ସହ ଫଳାଫଳ ବାହାରିବ । ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନ ଆଦିତଞ ପାଢୀ ଆଜି ଏନେଇ ସୂଚନା ଦେଇଛନ୍ତି ।

ଆଜି ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନୀ କଟକଣା ଲାଗିଛି । ଆଦର୍ଶ ଆଚରଣ ବିଧି ଆଜିଠୁ ଲାଗୁ ହୋଇଛି । ସବୁ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରରେ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ଇ ରନେଟରେ ମିଳିବ। ସତ୍ୟପାଠ ଭୁଲ ରହିଲେ ଏଥର ଦଣ୍ଡିତ ହେବେ ପ୍ରାର୍ଥୀ ।

ଚଳିତ ନିର୍ବାଚନରେ ଭୋଟ ଦେବେ ୨ କୋଟି ୭୯ ଲକ୍ଷ ଭୋଟର । ୯୧,୯୧୩ ମୋଟ ୱାର୍ଡ ସଂଖ୍ୟା ଥିବା ବେଳେ ୮୫୩ ଜିଲ୍ଲା ପରିଷଦ, ୬୭୯୪ ପ ।ୟତ ସରପ ଓ ସମିତି ସଭ୍ୟ ପାଇଁ ମତଦାନ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିପରି ଜାନୁଆରୀ ୨୫ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ୱାର୍ଡ ମେମ୍ବରଙ୍କ ପାଇଁ ଏଥର ହଳଦିଆ ବାଲାଟ ହୋଇଛି । ସେହିପରି ସରପ ପଦବୀ ପାଇଁ ଗୋଲାପୀ ବାଲାଟ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ଧଳା ବାଲାଟ ହୋଇଛି । ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି ଚିହ୍ନ କରାଯାଇଛି । ୩୨ ପ୍ରକାର ଚିହ୍ନରେ ଲଢିବେ ସରପ ପ୍ରାର୍ଥୀ । ୧୯ ପ୍ରକାର ଚିହ୍ନରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ୧୯ ଚିହ୍ନ ରହିଛି ।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ନିର୍ବାଚନ କଟକଣା କଡାକଡି କରାଯିବ । କୋଭିଡ କଟକଣାକୁ ନଜରରେ ରଖି ରୋଡ ସୋ, ରାଲି ଓ ସଭା,ସମାବେଶକୁ ବାରଣ କରାଯାଇଛି।କେବଳ ଡିଜିଟାଲ, ଭର୍ଚୁଆଲ ମୋଡରେ ପ୍ରଚାର କରିବାକୁ କୁହାଯାଇଛି । ସର୍ବାଧିକ ୫ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିବାକୁ କୁହାଯାଇଛି । ନିୟମ ଉଂ ଲଘନ କଲେ ଦଣ୍ଡିତ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.