ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଭୋଟ ପଡିବ ପଞ୍ଚାୟତରେ, ଘୋଷଣା ହେଲା ତାରିଖ

0

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ତାରିଖ । କୋଭିଡ କଟକଣା ମଧ୍ୟରେ ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଫେବୃଆର ୧୬,୧୮,୨୦ ୨୨,୨୪ ତାରିଖରେ ପଡିବ ପଞ୍ଚାୟତ ଭୋଟ । ସକାଳ ୭ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ଫେବୃଆରୀ ୨୬,୨୭,୨୮ ତାରିଖରେ ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି ହେବା ସହ ଫଳାଫଳ ବାହାରିବ । ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନ ଆଦିତଞ ପାଢୀ ଆଜି ଏନେଇ ସୂଚନା ଦେଇଛନ୍ତି ।

ଆଜି ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନୀ କଟକଣା ଲାଗିଛି । ଆଦର୍ଶ ଆଚରଣ ବିଧି ଆଜିଠୁ ଲାଗୁ ହୋଇଛି । ସବୁ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରରେ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ଇ ରନେଟରେ ମିଳିବ। ସତ୍ୟପାଠ ଭୁଲ ରହିଲେ ଏଥର ଦଣ୍ଡିତ ହେବେ ପ୍ରାର୍ଥୀ ।

ଚଳିତ ନିର୍ବାଚନରେ ଭୋଟ ଦେବେ ୨ କୋଟି ୭୯ ଲକ୍ଷ ଭୋଟର । ୯୧,୯୧୩ ମୋଟ ୱାର୍ଡ ସଂଖ୍ୟା ଥିବା ବେଳେ ୮୫୩ ଜିଲ୍ଲା ପରିଷଦ, ୬୭୯୪ ପ ।ୟତ ସରପ ଓ ସମିତି ସଭ୍ୟ ପାଇଁ ମତଦାନ ହେବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିପରି ଜାନୁଆରୀ ୨୫ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ୱାର୍ଡ ମେମ୍ବରଙ୍କ ପାଇଁ ଏଥର ହଳଦିଆ ବାଲାଟ ହୋଇଛି । ସେହିପରି ସରପ ପଦବୀ ପାଇଁ ଗୋଲାପୀ ବାଲାଟ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ଧଳା ବାଲାଟ ହୋଇଛି । ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି ଚିହ୍ନ କରାଯାଇଛି । ୩୨ ପ୍ରକାର ଚିହ୍ନରେ ଲଢିବେ ସରପ ପ୍ରାର୍ଥୀ । ୧୯ ପ୍ରକାର ଚିହ୍ନରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ୧୯ ଚିହ୍ନ ରହିଛି ।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ନିର୍ବାଚନ କଟକଣା କଡାକଡି କରାଯିବ । କୋଭିଡ କଟକଣାକୁ ନଜରରେ ରଖି ରୋଡ ସୋ, ରାଲି ଓ ସଭା,ସମାବେଶକୁ ବାରଣ କରାଯାଇଛି।କେବଳ ଡିଜିଟାଲ, ଭର୍ଚୁଆଲ ମୋଡରେ ପ୍ରଚାର କରିବାକୁ କୁହାଯାଇଛି । ସର୍ବାଧିକ ୫ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିବାକୁ କୁହାଯାଇଛି । ନିୟମ ଉଂ ଲଘନ କଲେ ଦଣ୍ଡିତ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.