ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କିଟ୍‌କାଟ୍‌ରେ ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ

0

କିଟ୍‌କାଟ୍ ଚକୋଲେଟ ଜରି ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ ପରେ କ୍ଷମା ମାଗିଲା ନେସଲେ କମ୍ପାନୀ । ଖୁବ ଶୀଘ୍ର ମାର୍କେଟରେ ଭଗବାନଙ୍କ ଫଟୋ ଲାଗିଥିବା ଚକୋଲେଟ ଜରି ବନ୍ଦ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ହୋଇଥିବାରୁ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି । ଏପରିକି ମାର୍କେଟରୁ ଜଗନ୍ନାଥଙ୍କ ଫଟୋ ଥିବା କିଟକାଟ ପ୍ୟାକେଟକୁ ଫେରାଇ ନେବାକୁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି ।

କିଛି ଦିନ ପୂର୍ବରୁ କିଟକାଟ ଚକୋଲେଟ ଜରି ଉପରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରାଙ୍କର ଏକ ଫଟୋ ଛପାଯାଇଥିଲା । ଯାହାକୁ ନେଇ ଆପତ୍ତି ଉଠିଥିଲା । କମ୍ପାନୀର କହିବା କଥା ହେଲା, ସୁନ୍ଦର ପର୍ଯ୍ୟଟନ ସ୍ଥଳୀ, କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଉଦ୍ଦେଶ୍ୟରେ କିଟ୍‌କାଟ୍ ପ୍ୟାକେଟକୁ ଏଭଳି ଡିଜାଇନ କରାଯାଇଥିଲା ।ଖାସ କରି ଏହି ବର୍ଷ ଓଡିଶାର ସଂସ୍କୃତିକୁ ପାଳନ କରିବାକୁ ନେସଲେ ଏଭଳି ନିଷ୍ପତ୍ତି ନେଇଥିଲା।

ତେବେ ଅନେକ ଆପତ୍ତି ଉଠିବା ପରେ ନେସଲେ କମ୍ପାନୀ କ୍ଷମା ମାଗିଛି ।ଅନେକ ଲୋକ ଟୁଇଟରରେ ଚିତ୍ର ସେୟାର କରି ନିଜର ଆପତ୍ତି ଜଣାଇଛନ୍ତି । ଯେଉଁମାନେ ଆପତ୍ତି କରିଛନ୍ତି ,ସେମାନଙ୍କ କହିବା କଥା ହେଲା, ଲୋକମାନେ ଚକୋଲେଟ ଖାଇବା ପରେ ରାପର ଡ୍ରେନ କିମ୍ବା ଡଷ୍ଟବିନରେ ଫୋପାଡିଦିଅନ୍ତି । ଏଥିପାଇଁ କମ୍ପାନୀ ରାପରରୁ ପ୍ରଭୁ ଜଗନ୍ନାଥ,ବଳଭଦ୍ର, ଓ ମା ସୁଭଦ୍ରାଙ୍କ ଚିତ୍ରକୁ ହଟାଇବାକୁ ଦାବି କରିଥିଲେ ।

Leave A Reply

Your email address will not be published.