ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

କିଟ୍‌କାଟ୍‌ରେ ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ

0

କିଟ୍‌କାଟ୍ ଚକୋଲେଟ ଜରି ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ ପରେ କ୍ଷମା ମାଗିଲା ନେସଲେ କମ୍ପାନୀ । ଖୁବ ଶୀଘ୍ର ମାର୍କେଟରେ ଭଗବାନଙ୍କ ଫଟୋ ଲାଗିଥିବା ଚକୋଲେଟ ଜରି ବନ୍ଦ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ହୋଇଥିବାରୁ କମ୍ପାନୀ କ୍ଷମା ପ୍ରାର୍ଥନା କରିଛି । ଏପରିକି ମାର୍କେଟରୁ ଜଗନ୍ନାଥଙ୍କ ଫଟୋ ଥିବା କିଟକାଟ ପ୍ୟାକେଟକୁ ଫେରାଇ ନେବାକୁ କମ୍ପାନୀ ପ୍ରକ୍ରିୟା ଆରମ୍ଭ କରିଛି ।

କିଛି ଦିନ ପୂର୍ବରୁ କିଟକାଟ ଚକୋଲେଟ ଜରି ଉପରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରାଙ୍କର ଏକ ଫଟୋ ଛପାଯାଇଥିଲା । ଯାହାକୁ ନେଇ ଆପତ୍ତି ଉଠିଥିଲା । କମ୍ପାନୀର କହିବା କଥା ହେଲା, ସୁନ୍ଦର ପର୍ଯ୍ୟଟନ ସ୍ଥଳୀ, କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଉଦ୍ଦେଶ୍ୟରେ କିଟ୍‌କାଟ୍ ପ୍ୟାକେଟକୁ ଏଭଳି ଡିଜାଇନ କରାଯାଇଥିଲା ।ଖାସ କରି ଏହି ବର୍ଷ ଓଡିଶାର ସଂସ୍କୃତିକୁ ପାଳନ କରିବାକୁ ନେସଲେ ଏଭଳି ନିଷ୍ପତ୍ତି ନେଇଥିଲା।

ତେବେ ଅନେକ ଆପତ୍ତି ଉଠିବା ପରେ ନେସଲେ କମ୍ପାନୀ କ୍ଷମା ମାଗିଛି ।ଅନେକ ଲୋକ ଟୁଇଟରରେ ଚିତ୍ର ସେୟାର କରି ନିଜର ଆପତ୍ତି ଜଣାଇଛନ୍ତି । ଯେଉଁମାନେ ଆପତ୍ତି କରିଛନ୍ତି ,ସେମାନଙ୍କ କହିବା କଥା ହେଲା, ଲୋକମାନେ ଚକୋଲେଟ ଖାଇବା ପରେ ରାପର ଡ୍ରେନ କିମ୍ବା ଡଷ୍ଟବିନରେ ଫୋପାଡିଦିଅନ୍ତି । ଏଥିପାଇଁ କମ୍ପାନୀ ରାପରରୁ ପ୍ରଭୁ ଜଗନ୍ନାଥ,ବଳଭଦ୍ର, ଓ ମା ସୁଭଦ୍ରାଙ୍କ ଚିତ୍ରକୁ ହଟାଇବାକୁ ଦାବି କରିଥିଲେ ।

Leave A Reply

Your email address will not be published.