ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଆମେରିକାକୁ କାହିଁକି ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ?

0

ଆମେରିକା ବିମାନବନ୍ଦରରେ ଆଜିଠୁ ଆରମ୍ଭ ହୋଇଛି ୫-ଜି ଟେକ୍ନୋଲୋଜି । ତେବେ ଏହି ୫ ଜି ସେବା ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିପାରେ । କାରଣ ୫ ଜି ଆରମ୍ଭ ହେବା ଦ୍ୱାରା ଏହାର ପ୍ରଭାବ ବିମାନ ସେବା ଉପରେ ପଡିବ । ବିମାନ ଲ୍ୟାଣ୍ଡିଂ ବେଳେ ଇଞ୍ଜିନ ଓ ବ୍ରେକିଂ ସିଷ୍ଟମ ଉପରେ ଏହା ପ୍ରଭାବ ପକାଇବ । ତେଣୁ ଏହି ବିପଦ ଏଡାଇବାକୁ ଏୟାର ଇଣ୍ଡିଆ ତାର ଏକାଧିକ ଉଡାଣକୁ ରଦ୍ଦ କରିଛି । ଦୁବାଇ ଏମିରେଟସ,ନିପନ ଏୟାରୱେଜ,ଜାପାନ ଏୟାରଲାଇନ୍ସ ମଧ୍ୟ ନିଜ ବିମାନ ଉଡାଣ ବାତିଲ କରିଛନ୍ତି ।

ତେବେ ଆମେରିକାକୁ ଭାରତରୁ ବିମାନ ସେବା କେବଳ ଏୟାରଇଣ୍ଡିଆ ହିଁ ଯୋଗାଇଆସୁଥିବା ବେଳେ ଏୟାର ଇଣ୍ଡିଆର ଏପରି ନିଷ୍ପତ୍ତି ଯୋଗୁଁ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଏହା ସହ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ବ୍ୟବସ୍ଥା ମଧ୍ୟ ଅନେକାଂଶରେ ପ୍ରଭାବିତ ହେବ । ଏୟାରଲାଇନ୍ସ ସୂଚନା ଅନୁସାରେ , ବିମାନ ଚଳାଚଳ ତାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ, ବୁଧବାର ଦିନ ଅର୍ଥାତ ଆଜି ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିବ ନାହିଁ ।

କରୋନା ସଂକ୍ରମଣ ପାଇଁ ଏବେ ବି ପୂର୍ବଭଳି ବିମାନ ସେବା ସ୍ୱାଭାବିକ ହୋଇନାହିଁ ଆମେରିକାରୁ ଭାରତକୁ ଆସିବା ପାଇଁ କେବଳ ଏୟାର ଇଣ୍ଡିଆ ହିଁ ବିମାନ ସେବା ଯୋଗାଉଛି । କିନ୍ତୁ ଏବେ ୫ଜି ସେବା ଆରମ୍ଭ ହେବା ପରେ ଆମେରିକାରୁ ଭାରତ ଆସିବା ପାଇଁ ଚାହୁଁଥିବା ଯାତ୍ରୀଙ୍କୁ କଷ୍ଟକର ହୋଇପାରେ । ୫ଜି ସେବା ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ୭ଟି ସ୍ଥାନକୁ ବିମାନ ଚଳାଚଳ ବନ୍ଦ କରିବ ବୋଲି ବିଶ୍ୱର ସବୁଠୁ ଅଧିକ ବୋଇଙ୍ଗ ୭୭୭ ବିମାନ ଚଳାଉଥିବା ଦୁବାଇ ଏମିରେଟ୍ସ ମଧ୍ୟ କହିଛି ।

Leave A Reply

Your email address will not be published.