ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ସୋମବାରରୁ ଖୋଲିବ ସ୍କୁଲ

0

ଦେଶରେ ଏବେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ସଂଖ୍ୟା ଧୀରେ ଧୀରେ ଖସିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ଆସନ୍ତା ସୋମବାରରୁ ମହାରାଷ୍ଟ୍ରରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି । ସ୍କୁଲ ଖୋଲିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଞ୍ଜୁରୀ ଦେଇଛନ୍ତି । ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ଏନେଇ ସୂଚନା ଦେଇଛନ୍ତିା

ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ କହିଛନ୍ତି ଯେ, ସେ ଟାସ୍କ ଫୋର୍ସ, ଅଭିଭାବକ ଓ ଶିକ୍ଷକ ସଂଘ ସହ ଆଲୋଚନା କରିଥିଲେ । ଏବଂ ସମସ୍ତେ ସ୍କୁଲ ଖୋଲିବା ନେଇ ସହମତି ଦେଇଛନ୍ତି । ସୋମବାରରୀ କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହେବ । ପିଲାମାନେ ଅଭିଭାବକଙ୍କ ଅନୁମତି ନେଇ ସ୍କଲକୁ ଆସିବେ ।

ସ୍ଥାନୀୟ ପ୍ରଶାସନ ନିଜ ନିଜ ଅ ଳରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ । ଯେଉଁଠାରେ ମାମଲା ଅଧିକ ଥିବ ସେଠି ସ୍କୁଲ ଖୋଲିବ ନାହିଁ । ଯେଉଁ ଅଞ୍ଚଳରେ ସଂକ୍ରମିତ ସଂଖ୍ୟା କମ ଥିବା ଏବଂ ଏସଓପି ଠିକ ସେ ପାଳନ କରାଯାଉଥିବ ସେଠାରେ ସ୍କୁଲ ଖୋଲିବ । ପୂର୍ବରୁ ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଥିଲେ, ଆଗାମୀ ୧୦ରୁ ୧୫ଦିନ ଭିତରେ ପୁଣି ଥରେ ସ୍କୁଲ ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ମାମଲା ବୃଦ୍ଧି ପାଇବା ପରେ ଜାନୁଆରୀ ୮ରୁ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.