ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଲୋକପ୍ରିୟ ନେତା ହେଲେ ମୋଦୀ; ପଛରେ ରହିଲେ ବାଇଡେନ,ବୋରିସ

0

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ଲହର ମଧ୍ୟରେ ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ଡାଟଇେ ଲିଜେନ୍ସି ଫର୍ମ ‘ ଦ ମର୍ଣ୍ଣିଂ କନସଲ୍ଟ’ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ,ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ବିଶ୍ୱର ୧୩ ରାଷ୍ଟ୍ର ପ୍ରମୁଖଙ୍କୁ ପଛେ ପକାଇ ଲୋକପ୍ରିୟତାରେ ଶୀର୍ଷରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ୭୧ ପ୍ରତିଶତ ରହିଛି । ଜାନୁଆରୀ ୧୩ରୁ ୧୯ ଭିତରେ କରାଯାଇଥିବା ଏହି ସର୍ଭେରେ ନରେନ୍ଦ୍ରମୋଦୀ ବହୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠୁ ଅନେକ ଆଗରେ ଅଛନ୍ତି ।ଆମେରିକା ରାଷ୍ଟ୍ରପତି ଷଷ୍ଠ ସ୍ଥାନରେ ଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ୧୩ ତମ ସ୍ଥାନରେ ଅଛନ୍ତି ।ଆସନ୍ତୁ ଦେଖିବା କାହାକୁ ମିଳିଛି କେତେ ରେଟିଂ?

  • ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ୭୧ ପ୍ରତିଶତ
  • ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରେଡୋର: ୬୬ ପ୍ରତିଶତ
  • ଇଟାଲୀ ପ୍ରଧାନମନ୍ତ୍ରୀ ମାରିୟା ଦ୍ରଘି: ୬୦ ପ୍ରତିଶତ
  • ଜାପାନ ପ୍ରଧାନମନ୍ତ୍ରୀ ଫୁମିଆ କିସିଦା:୪୮ ପ୍ରତିଶତ
  • ଜର୍ମାନୀର ଚାନ୍ସଲେର ଓଲାଫ ଶ୍ଲୋଜ:୪୪ ପ୍ରତିଶତ
  • ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ: ୪୩ ପ୍ରତିଶତ
  • କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ: ୪୩ ପ୍ରତିଶତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପାଖରେ ବିଶ୍ୱର କୌଣସି ନେତା ପହଁଞ୍ଚି ପାରିନାହାନ୍ତି । ଗତ ନଭେମ୍ବରରେ ମଧ୍ୟ ଆମେରିକା ଡାଟା ଇଲିଜେନ୍ସି ଫର୍ମ ‘ ଦ ମର୍ଣ୍ଣିଂ କନସଲ୍ଟ’ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ମୋଦୀଙ୍କ ଲୋକପ୍ରିୟତା ଅଧିକ ଥିଲା ।

Leave A Reply

Your email address will not be published.