ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ସୋମବାରରୁ ଖୋଲିବ ସ୍କୁଲ

0

ଦେଶରେ ଏବେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ସଂଖ୍ୟା ଧୀରେ ଧୀରେ ଖସିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ଆସନ୍ତା ସୋମବାରରୁ ମହାରାଷ୍ଟ୍ରରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି । ସ୍କୁଲ ଖୋଲିବା ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଞ୍ଜୁରୀ ଦେଇଛନ୍ତି । ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ଏନେଇ ସୂଚନା ଦେଇଛନ୍ତିା

ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ କହିଛନ୍ତି ଯେ, ସେ ଟାସ୍କ ଫୋର୍ସ, ଅଭିଭାବକ ଓ ଶିକ୍ଷକ ସଂଘ ସହ ଆଲୋଚନା କରିଥିଲେ । ଏବଂ ସମସ୍ତେ ସ୍କୁଲ ଖୋଲିବା ନେଇ ସହମତି ଦେଇଛନ୍ତି । ସୋମବାରରୀ କୋଭିଡ ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହେବ । ପିଲାମାନେ ଅଭିଭାବକଙ୍କ ଅନୁମତି ନେଇ ସ୍କଲକୁ ଆସିବେ ।

ସ୍ଥାନୀୟ ପ୍ରଶାସନ ନିଜ ନିଜ ଅ ଳରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ । ଯେଉଁଠାରେ ମାମଲା ଅଧିକ ଥିବ ସେଠି ସ୍କୁଲ ଖୋଲିବ ନାହିଁ । ଯେଉଁ ଅଞ୍ଚଳରେ ସଂକ୍ରମିତ ସଂଖ୍ୟା କମ ଥିବା ଏବଂ ଏସଓପି ଠିକ ସେ ପାଳନ କରାଯାଉଥିବ ସେଠାରେ ସ୍କୁଲ ଖୋଲିବ । ପୂର୍ବରୁ ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଥିଲେ, ଆଗାମୀ ୧୦ରୁ ୧୫ଦିନ ଭିତରେ ପୁଣି ଥରେ ସ୍କୁଲ ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ମାମଲା ବୃଦ୍ଧି ପାଇବା ପରେ ଜାନୁଆରୀ ୮ରୁ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.