ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

0

ଶେଷରେ ଟାଟା ହାତକୁ ଯାଇଛି ଏୟାର ଇଣ୍ଡିଆର ମାଲିକାନା । ପାଖାପାଖି ୬୯ ବର୍ଷ ପରେ ଏୟାର ଇଣ୍ଡିଆର ପୁଣି ଥରେ ମାଲିକାନା ହାସଲ କରିଛି ଟାଟା ଗ୍ରୁଫ। ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ହସ୍ତାନ୍ତାର କରାଯାଇଛି । ଏବେ ଏୟାର ଇଣ୍ଡିଆର ନୂଆ ଆରମ୍ଭ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଆଜିଠୁ ଏୟାର ଇଣ୍ଡିଆ ବିମାନ ଟାଟା ଗ୍ରୁପ ଅଧିନରେ ଉଡିବ । ଏଭଳି ସ୍ଥିତିରେ ବିମାନ ଚଳାଚଳ ପୂର୍ବରୁ ପାଇଲଟମାନଙ୍କଚୁ ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ସର୍କୁଲାର ଜାରି କରାଯାଇଛି ।

ସର୍କୁଲାର ଅନୁସାରେ, ବିମାନର କ୍ୟାପଟେନ ବିମାନ ଉଡାଣ ସମୟରେ ଏଭଳି ଘୋଷଣା କରିବେ । ‘ପ୍ରିୟ ଅତିଥିଗଣ, ମୁଁ ଆପଣଙ୍କ କ୍ୟାପଟେନ ଆପଣଙ୍କ ନାଁ କହୁଛି । ଆଜିର ଐତିହାସିକ ଉଡାଣରେ ଆପଣଙ୍କୁ ସ୍ୱାଗତ । ଆଜିର ଦିନ ବହୁତ ଖାସ୍‌, କାରଣ ୭ ଦଶନ୍ଧି ପରେ ଏୟାର ଇଣ୍ଡିଆ ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପର ଅଂଶ ହୋଇପାରିଛି । ଆମେ ନୂଆ ଜୋଶ୍ ସହିତ ଏୟାର ଇଣ୍ଡିଆର ସମସ୍ତ ବିମାନର ଆପଣଙ୍କ ସେବା କରିବା ପାଇଁ ଆଗ୍ରହୀ । ଭବିଷ୍ୟତର ଏୟାର ଇଣ୍ଡିଆକୁ ଆପଣଙ୍କୁ ସ୍ୱାଗତ । ଆଶା କରୁ ଆପଣଙ୍କ ଯାତ୍ରା ଭଲ ହେବ । ଧନ୍ୟବାଦ’ ।

ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି ଯେ, ପ୍ରଥମରୁ ୫ ଟି ବିମାନରେ ମାଗଣାରେ ଖାଦ୍ୟ ଦିଆଯିବ ଏଥିରେ ମୁମ୍ବାଇ-ଦିଲ୍ଲୀର ଦୁଇଟି ବିମାନ ଏୱାନ ୮୬୪ ଏବଂ ଏୱାନ ୬୮୭ ରହିଛି । ଏହା ବ୍ୟତୀତ ଏୱାନ ୯୪୫ ମୁମ୍ବାଇ ରୁ ଆବୁଧାବି ଓ ଏୱାନ ୬୩୯ ମୁମ୍ବାଇ ରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବିମାନ ରହିଛି । ଏହା ସହିତ ମୁମ୍ବାଇ-ନ୍ୟୁୟର୍କ ମାର୍ଗରେ ଚାଲୁଥିବା ବିମାନରେ ମାଗଣା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ ।

୧୯୩୨ରେ ଟାଟା ଗ୍ରୁପ ଦ୍ୱାରା ଏୟାର ଇଣ୍ଡିଆ ଆରମ୍ଭ ହୋଇଥିଲା । ଦେଶ ସ୍ୱାଧୀନତା ପାଇବା ପରେ ତତକାଳନୀ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୫୩ରେ ବିମାନକୁ ଜାତୀୟକରଣ କରିଥିଲେ । ଏୟାର ଇଣ୍ଡିଆ ଟାଟା ଗ୍ରୁପକୁ ହସ୍ତାନ୍ତାର କରିବା ପୂର୍ବରୁ ଏହାର ସହାୟକ କମ୍ପାନୀ ଏଆଇଏଚଏଲରେ ରଖାଯାଇଥିବା ୬୧ ହଜାର କୋଟି ଟଙ୍କାର ପୁରୁଣ ଋଣ ଓ ଅନ୍ୟ ଦେଣନେଣକୁ ସମାଧାନ କରାଯାଇଛି । ଅଗଷ୍ଟ ୩୧, ୨୦୨୧ ସୁଦ୍ଧା ଏହି ବିମାନ କମ୍ପାନୀ ପରେ ମୋଟ ୬୧,୫୬୨ କୋଟି ଟଙ୍କାର ଋଣ ଥିଲା । ଏଥରିରୁ ଟାଟା ୧୫,୩୦୦ କୋଟି ଟଙ୍କାର ଋଣ ନିଜ ଉପରକୁ ନେଇଥିଲା ଏବଂ ବାକି ୭୫ ପ୍ରତିଶତ କିମ୍ବା ୪୬ ହଜାର କୋଟି ଟଙ୍କା ଏକ ସ୍ୱତନ୍ତ୍ର ଏଆଇ ଆସେଟ ହୋଲଡିଂ କମ୍ପାନୀକୁ ହସ୍ତାନ୍ତାର କରାଯାଇଛି ।

Leave A Reply

Your email address will not be published.