ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ହାଲୱା ବଦଳରେ ମିଠା ଦେଇ ଆରମ୍ଭ ହେଲା ବଜେଟ ପ୍ରସ୍ତୁତି

0

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହ ଆରମ୍ଭରେ ଲୋକସଭାରେ ବଜେଟ ଉପସ୍ଥାପନା କରିବେ । କରୋନା ମହାମାରୀ ମଧ୍ୟରେ ଆସୁଥିବା ଏହି ବଜେଟରୁ ଲୋକଙ୍କ ଅନେକ ଆଶା ରହିଛି । ତେବେ ମହାମାରୀ କରୋନା ପାଇଁ ବଦଳିଲା ପରମ୍ପରା । ସବୁ ବର୍ଷ ବଜେଟ ପୂର୍ବରୁ ହାଲୱା ସେରିମନି ହୁଏ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଏହା ହେବ ନାହିଁ ହାଲୱା ବଦଳରେ ମିଠା ଦେଇ ଆରମ୍ଭ ହେଲା ବଜେଟ ପ୍ରସ୍ତୁତି ।

ଗତବର୍ଷ ଏହି ବଜେଟ ମଧ୍ୟ ପେପରଲେସ୍ ହେବ । ଏବଂ ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । ତେବେ ଚଳିତ ବର୍ଷ ହାଲୱା ଉତ୍ସବ ବନ୍ଦ ରହିଥିବା ବେଳେ ବଜେଟ ପ୍ରସ୍ତୁତିରେ ନିଯୁକ୍ତ କର୍ମଚାରୀ ମାନେ ଲକ୍‌-ଇନ ବ୍ୟବସ୍ଥାରେ ରହିବେ । ହାଲୱା ବଦଳରେ ମିଠାରେ କାମ ଚଳାଯାଇଛି । କୋଭିଡ ଗାଇଡଲାଇନ ସହ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ସାଧାରଣତଃ ବଜେଟ ଛପା କାମ ହାଲୱା ଉତ୍ସବ ସହ ଆରମ୍ଭ ହୋଇଥାଏ । ଏହା ପରେ ବଜେଟ ପ୍ରସ୍ତୁତିରେ ନିୟୋଜିତ ସବୁ ଅଧକାରୀ ଲକ ଇନ୍‌ରେ ରହିଥାନ୍ତି । ଲୋକସଭାରେ ବଜେଟ ଆଗତ ପରେ ହିଁ ଅଧିକାରୀ ମାନେ କାହାକୁ ସାକ୍ଷାତ କରିପାରିଥାନ୍ତି । ବଜେଟକୁ ଅତି ଗୋପନୀୟ ଭାବେ ପ୍ରସ୍ତୁତ କରିବା ପାଇଁ ଏଭଳି ବ୍ୟବସ୍ଥା ଦୀର୍ଘ ବର୍ଷ ଧରି ଚାଲିଆସିଛି । ତେବେ ଏଥରେ ବଜେଟ ପ୍ରସ୍ତୁତିରେ ନିୟୋଜିତ କର୍ମଚାରୀଙ୍କୁ ହାଲୱା ବଦଳରେ ମିଠା ଦିଆଯାଇଛି ।

ନିର୍ମଳା ସୀତାରମଣଙ୍କ ଏହା ଚତୃର୍ଥ ବଜେଟ ହେବ । ସେ ଥରକରୁ ଅଧିକ ଭାରତର ବଜେଟ ଉପସ୍ଥାପନା କରିବାରେ ପଥମ ମହିଳା ଅଟନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗୋଟେ ଥର ବଜେଟ ଉପସ୍ଥାପନ କରିଥିଲେ, ଯେତେବେଳେ ଅର୍ଥମନ୍ତ୍ରାଳୟ ତାଙ୍କ ଅଧିନରେ ଥିଲା । ନିର୍ମଳା ସୀତାରମଣ ଏହା ପୂର୍ବରୁ ବି ବଜେଟ ସହ ଜଡିତ ପରମ୍ପରାକୁ ବଦଳିସାରିଛନ୍ତି ।

ସ୍ୱାଧୀନତା ପୂର୍ବରୁ ମଧ୍ୟ ଏକ ଚମଡା ବ୍ରିଫକେସ୍‌ରେ ବଜେଟ ଉପସ୍ଥାପନା କରିବାର ପରମ୍ପରା ଚାଲିଥିଲା । କିନ୍ତୁ ନିର୍ମଳା ସୀତରମଣ ବଜେଟ ଆରମ୍ଭ କରିବା ଦିନରୁ ଲାଲ ରଙ୍ଗର କପଡାରେ ଗୁଡା ଯାଇଥିବା ବହି ଖାତା ଭାବରେ ବଜେଟ ଉପସ୍ଥାପନ କରିଥିଲେ । ଏହା ପରେ ପେପରଲେସ ବଜେଟ ଆରମ୍ଭ ହୋଇଛି ।

Leave A Reply

Your email address will not be published.