ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଖସୁଛି ଦୈନିକ ସଂକ୍ରମଣ, ଆଣୁଛି ଆଶ୍ୱସ୍ତି

0

ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମଣ । ଯାହା ଆଶ୍ୱସ୍ତିକର ଖବର । ଶୀର୍ଷ ଛୁଇଁ ରାଜ୍ୟରେ ସଂକ୍ରମଣ ଖସୁଥିବା ଅନୁମାନ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ଜଣାପଡିଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୫ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ବଢିଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ରେ ୪ ହଜାର ୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ଭିତରେ ୬୭୧ ଜଣ ଅଛନ୍ତି । ସଙ୍ଗରୋଧରୁ ୨ ହଜାର ୮୦୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୩୩ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ହଜାରେ ୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୪୩, ନୟାଗଡରୁ ୨୧୦, ସୁନ୍ଦରଗଡ଼ରୁ ୧୫୯,ପୁରୀରୁ ୭୬ ଜଣ ସଂକ୍ରମିତ ଅଛନ୍ତି । ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୫୮ ହଜାର ୫୩୩ ଜଣ ।

ସେପଟେ ଦେଶରେ ଦୈନିକ କରୋନା ସଂକ୍ରମଣ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ରେ ୨ ଲକ୍ଷ ୩୫ ହଜାର ୫୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୧୩.୩୯ ପ୍ରତିଶତ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୦ ଲକ୍ଷ ୪ ହଜାର ୩୩୩ । ୨୪ ଘଣ୍ଟା ରେ ଦେଶରେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୯୩୯ ଜଣ । ସେହିପରି ୮୭୧ ଜଣ ଦିନକରେ କରୋନାରେ ଆଖିବୁଜିଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୩ ହଜାର ୧୯୮କୁ ବୃଦ୍ଧି ପାଇଛି ।

ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ କମୁଥିବା ବେଳେ କେରଳ ଓ କର୍ଣ୍ଣାଟକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । କର୍ଣ୍ଣାଟକରୁ ପ୍ରତିଦିନ ୩୫ ହଜାରରୁ ଅଧିକ ମାମଲା ଆସିଛି । ମୃତ୍ୟୁ ମଧ୍ୟ ଅଧିକ ହେଉଛି । କିନ୍ତୁ ବଡ଼ କଥା ହେଉଛି, କର୍ଣ୍ଣାଟକରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି କିନ୍ତୁ ଏହାର କାରଣ ଓମିକ୍ରନ ନୁହେଁ ଡେଲଟା ଭ୍ୟାରିଆଣ୍ଟ। ଯେଉଁ ଭ୍ୟାରିଆଣ୍ଟ ପାଇଁ କରୋନାର ଦ୍ୱିତୀୟ ଲହରରେ ପୁରା ଦେଶରେ ଭୟଙ୍କର ସ୍ଥିତି ଉପୁଜିଥିଲା ଏବେ ବି ସେହି ଭ୍ୟାରିଆଣ୍ଟ ରେ କର୍ଣ୍ଣାଟକରେ ଅଧିକ ଲୋକ ଚିହ୍ନଟ ହେଉଛନ୍ତି ।

Leave A Reply

Your email address will not be published.