ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ଖସୁଛି କରୋନା ଗ୍ରାଫ୍‌

0

ରାଜ୍ୟ ଓ ଦେଶ ପାଇଁ ଭଲ ଖବର । ତଳମୁହାଁ କରୋନା ମିଟର । ଧୀରେ ଧୀରେ କମୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ୩ ହଜାରକୁ ଖସିଥିବା ବେଳେ ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି । ସଂକ୍ରମଣ ଶୀର୍ଷ ଛୁଇଁ ତଳକୁ ଖସୁଥିବା ଅନୁମାନ କରାଯାଉଛି । ସଂକ୍ରମଣ ସାମାନ୍ୟ କମୁଥିବାରୁ ବିଭିନ୍ନ ରାଜ୍ୟରେ କୋଭିଡ ଗାଇଡଲାଇନ ମଧ୍ୟ କୋହଳ କରାଯାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨ ଶହ ୮୯ ଜଣ ଅଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୪୫୪ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୨୫,ଯାଜପୁରରୁ ୧୪୯,ନୟାଗଡ଼ରୁ ୧୧୦,ସୁନ୍ଦରଗଡ଼ରୁ ୨୧୬,ନୂଆପଡ଼ାରୁ୧୦୬,ମୟୂରଭଞ୍ଜରୁ ୧୦୯ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି । ସକ୍ରିୟ
ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୨ ହଜାର ୮୯ ଜଣ ।

ସେପଟେ ଦେଶରେ ମଧ୍ୟ ୨ଲକ୍ଷ ତଳକୁ ଖସିଛି ସଂକ୍ରମଣ । କିନ୍ତୁମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରେ ଲକ୍ଷେ ୬୭ ହଜାର ୫୯ ନୂଆ ମାମଲା ଆସିଛି ସୋମବାର ୨ ଲକ୍ଷ ୯ ହଜାର ୯୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ହୋଇଛି । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୧୧.୬୯ ପ୍ରତିଶତ । ଦିନକରେ ଦେଶରେ ୧୧ ଶହ ୯୨ ଜଣଙ୍କ କରୋନାରେ ଜୀବନ ଯାଇଛି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୧୭ ଲକ୍ଷ ୪୩ ହଜାର ୫୯ ରହିଛି ।

Leave A Reply

Your email address will not be published.