ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଶ୍ରୀନଗରରେ ୨ ଆତଙ୍କବାଦୀ ନିପାତ

0

ଚାଲିଛି ଆତଙ୍କବାଦୀ ସଫା ଅଭିଯାନ । ଜମ୍ମୁ-କାଶ୍ମୀର ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । କାଶ୍ମୀର ଜୋନ ପୁଲିସ ଅନୁସାରେ, ଏନକାଉଣ୍ଟର କାଶ୍କୀରର ଜକୁରା ଅଞ୍ଚଳରେ ହୋଇଛି । କାଶ୍ମୀର ଆଇଜିପିଙ୍କ ଅନୁସାରେ, ନିପାତ ଆତଙ୍କୀ ଲସ୍କର-ଏ-ତୋଇବା ଓ କାଶ୍ମୀରର ଆତଙ୍କୀ ସଂଗଠନ ଟିଆରଏଫ ସଦସ୍ୟ ଥିଲେ ।

ତାଙ୍କ ପାଖରୁ ପୁଲିସ ଦୁଇ ପିସ୍ତଲ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ନିପାତ ଆତଙ୍କୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜମ ବି ସାମିଲ ଅଛି । ସେ କିଛି ଦିନ ପୂର୍ବରୁ ଅନନ୍ତନାଗରେ ହୋଇଥିବା ହେଡ କନେଷ୍ଟବଳ ଅଲ୍ଲି ମହମ୍ମଦ ହତ୍ୟାରେ ସମ୍ପୃକ୍ତ ଥିଲା । ଗତ ଶନିବାରରେ ଆତଙ୍କବାଦୀ ଅନନ୍ତନାଗ ବେଜବେହେରାରେ ହେଡ କନେଷ୍ଟବଳ ଅଲ୍ଲି ମହମ୍ମଦଙ୍କୁ ତାଙ୍କ ଘର ପାଖେ କୁଳି କରି ହତ୍ୟା କରିଥିଲେ ।

ଏହା ପୂର୍ବରୁ ଜାନୁଆରୀ ୩୦ରେ ସୁରକ୍ଷାକର୍ମୀ ବଡ଼ଗାମ ଓ ପୁଲୱାମା ଜିଲ୍ଲାରେ ହୋଇଥିବା ଗୁଳିମାଡ଼ରେ ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦର ୫ ଆତଙ୍କୀଙ୍କୁ ମାରିଥିଲେ । ନିପାତ ହୋଇଥିବା ଆତଙ୍କୀ ମଧ୍ୟରେ ଜୈସ କମାଣ୍ଡର ଜାହିଦ ୱାନି ଏବଂ ଜଣେ ପାକିସ୍ତାନୀ ଆତଙ୍କୀ ବି ଥିଲେ । ସେନା ପକ୍ଷରୁ ଜାନୁଆରୀ ୯ରେ କିଛି ତଥ୍ୟ ଜାରି କରାଯାଇଥିଲା । କୁହାଯାଇଥିଲା କି ଗତ ବର୍ଷ ୧୭୧ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି । ଏହି
ତାଲିକାରେ ୧୯ଆତଙ୍କବାଦୀ ପାକିସ୍ତାନର ଥିଲେ । ଏବଂ ୧୫୧ ଜଣ ସ୍ଥାନୀୟ ଆତଙ୍କୀ ଥିଲେ ।

Leave A Reply

Your email address will not be published.