ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଟ୍ରକ ଭିତରେ ପଶିଗଲା କାର, ୫ ମୃତ

0

ଉତ୍ତରପ୍ରଦେଶ ରାମପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ କାର ଟ୍ରକ ଭିତରକୁ ପଶିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ ଡ୍ରାଇଭର ସମେତ ୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଆଖିବୁଜିଛନ୍ତି ।

ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ରାମପୁର ଟାଣ୍ଡା ଥାନା ଅଞ୍ଚଳରେ ଘଟିଛି । ୟୁପି-ଉତ୍ତରାଖଣ୍ଡ ସୀମାରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ କାରରେ ମୁରାଦାବାଦ ଫେରୁଥିଲେ । ତେବେ କାରଟି ଭାରସାମ୍ୟ ହରାଇ ଟ୍ରକ ଭିତରେ ଯାଇ ପଶିଯାଇଥିଲା । ଖବର ମିଳିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଟାଣ୍ଡାର ଏସଡିଏମ ରାଜେଶ କୁମାରଙ୍କ ଅନୁସାରେ , ଟାଣ୍ଡାର ସିକମପୁର ଅଂଚଳରେ ହୋଇଥିଲା । ମୃତକ ହେଉଛନ୍ତି ଜୟନ୍ତୀପୁରର ବାସିନ୍ଦା । ୟୁପି ଉନ୍ନାବରେ ମଧ୍ୟ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ରାସ୍ତା କଡ଼ରେ ଛିଡାହୋଇଥିବା ପିଆରଭି ଗାଡିରେ ଟ୍ରକ ଓଲଟିପଡିଥିଲା । ଯେଉଁଥିରେ ୩ ପୁଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.