ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସତର୍କ କଲା ‘ହୁ’..ଅଧିକ ଘାତକ ହୋଇପାରେ କରୋନାର ନୂଆ ଭ୍ୟାରିଆଣ୍ଟ

0

ବିଶ୍ୱରୁ କରୋନାର ଓମିକ୍ରନ ସଂକ୍ରମଣ ଧୀରେ ଧୀରେ କମିବାର ଲାଗିଛି । କିନ୍ତୁ ଏହାରି ଭିତରେ ଆସିଛି ଆଉ ଏକ ଚିନ୍ତାଜନକ ଖବର । ଏବେ ପୁଣି ଥରେ କରୋନାକୁ ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଗାମୀ ଦିନରେ କରୋନା ନୂଆ ଭ୍ୟାରିଆଣ୍ଟ ଆସିପାରେ । ଏବଂ ଏହା ଅଧିକ ଘାକ ସାଜିପାରେ ବୋଲି କହିଛନ୍ତି ହୁ । ଓମିକ୍ରନ ଶେଷ ଭ୍ୟାରିଆଣ୍ଟ ହୋଇନପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିଥିଲେ ମଧ୍ୟ ଏତେଟା କ୍ଷତି କରିନାହିଁ । କିନ୍ତୁ ଆଗକୁ ନୂଆ ଭ୍ୟାରିଆଣ୍ଟ ଆସିଲେ ଏହା ଅଧିକ ସଂକ୍ରମକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ-୧୯ର ଟେକ୍ନିକାଲ ମୁଖ୍ୟ ମାରିଆ ଭାନ କହିଛନ୍ତି । ସେ କହିଛନ୍ତି, ନୂଆ ଭ୍ୟାରିଆଣ୍ଟ କେତେ ଘାତକ ହେବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ମାରିଆ ଭାନଙ୍କ ଅନୁସାରେ , ଓମିକ୍ରନ ତୁଳନାରେ ନୂଆ ଭ୍ୟାରିଆଣ୍ଟ ଅଧିକ ବିପଦ ସାଜିପାରେ । ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ମାତ୍ ଦେଇପାରେ । ଟିକାର ପ୍ରଭାବ ମଧ୍ୟ ନୂଆ ଭ୍ୟାରିଆଣ୍ଟ ପାଖରେ କମ ହୋଇପାରେ । ତେଣୁ ଏନେଇ ସତର୍କ ରହିବା ଆବଶ୍ୟକ । ଏବେ କରୋନା ସଂକ୍ରମଣ କମି କମି ଆସୁଛି । ଏହା ଭଲ ଖବର । କିନ୍ତୁ ସମସ୍ତେ କରୋନା ଗାଇଡଲାଇନ ମାନିବାକୁ ସେ ଅପିଲ କରିଛନ୍ତି । ଏବେ ଦେଶରେ କରୋନାର ତୃତୀୟ ଲହର ପ୍ରକୋପ କମିବାରେ ଲାଗିଛି । ଲକ୍ଷେ ତଳେ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ଉପରେ ରହୁଛି । ସଂକ୍ରମଣ କମୁଥିବା ବେଳେ କରୋନା କଟକଣା ମଧ୍ୟ ସବୁ ରାଜ୍ୟରେ କୋହଳ ହେଉଛି ।

Leave A Reply

Your email address will not be published.