ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ସତର୍କ କଲା ‘ହୁ’..ଅଧିକ ଘାତକ ହୋଇପାରେ କରୋନାର ନୂଆ ଭ୍ୟାରିଆଣ୍ଟ

0

ବିଶ୍ୱରୁ କରୋନାର ଓମିକ୍ରନ ସଂକ୍ରମଣ ଧୀରେ ଧୀରେ କମିବାର ଲାଗିଛି । କିନ୍ତୁ ଏହାରି ଭିତରେ ଆସିଛି ଆଉ ଏକ ଚିନ୍ତାଜନକ ଖବର । ଏବେ ପୁଣି ଥରେ କରୋନାକୁ ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଗାମୀ ଦିନରେ କରୋନା ନୂଆ ଭ୍ୟାରିଆଣ୍ଟ ଆସିପାରେ । ଏବଂ ଏହା ଅଧିକ ଘାକ ସାଜିପାରେ ବୋଲି କହିଛନ୍ତି ହୁ । ଓମିକ୍ରନ ଶେଷ ଭ୍ୟାରିଆଣ୍ଟ ହୋଇନପାରେ ବୋଲି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିଥିଲେ ମଧ୍ୟ ଏତେଟା କ୍ଷତି କରିନାହିଁ । କିନ୍ତୁ ଆଗକୁ ନୂଆ ଭ୍ୟାରିଆଣ୍ଟ ଆସିଲେ ଏହା ଅଧିକ ସଂକ୍ରମକ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ-୧୯ର ଟେକ୍ନିକାଲ ମୁଖ୍ୟ ମାରିଆ ଭାନ କହିଛନ୍ତି । ସେ କହିଛନ୍ତି, ନୂଆ ଭ୍ୟାରିଆଣ୍ଟ କେତେ ଘାତକ ହେବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ । ମାରିଆ ଭାନଙ୍କ ଅନୁସାରେ , ଓମିକ୍ରନ ତୁଳନାରେ ନୂଆ ଭ୍ୟାରିଆଣ୍ଟ ଅଧିକ ବିପଦ ସାଜିପାରେ । ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ମାତ୍ ଦେଇପାରେ । ଟିକାର ପ୍ରଭାବ ମଧ୍ୟ ନୂଆ ଭ୍ୟାରିଆଣ୍ଟ ପାଖରେ କମ ହୋଇପାରେ । ତେଣୁ ଏନେଇ ସତର୍କ ରହିବା ଆବଶ୍ୟକ । ଏବେ କରୋନା ସଂକ୍ରମଣ କମି କମି ଆସୁଛି । ଏହା ଭଲ ଖବର । କିନ୍ତୁ ସମସ୍ତେ କରୋନା ଗାଇଡଲାଇନ ମାନିବାକୁ ସେ ଅପିଲ କରିଛନ୍ତି । ଏବେ ଦେଶରେ କରୋନାର ତୃତୀୟ ଲହର ପ୍ରକୋପ କମିବାରେ ଲାଗିଛି । ଲକ୍ଷେ ତଳେ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ଉପରେ ରହୁଛି । ସଂକ୍ରମଣ କମୁଥିବା ବେଳେ କରୋନା କଟକଣା ମଧ୍ୟ ସବୁ ରାଜ୍ୟରେ କୋହଳ ହେଉଛି ।

Leave A Reply

Your email address will not be published.