ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଆଜି ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌

0

ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ । ସକାଳ ୭ର ମତଦାନ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ମୋଟ ୪୦୩ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୫୮ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ମଇଦାନରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୧ଜିଲ୍ଲାର ପ୍ରାୟ ୨ କୋଟି ୨୭ ଲକ୍ଷ ଭୋଟର । ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଗ୍ରା, ଆଲିଗଡ଼, ବୁଲନ୍ଦ ସହର, ଗାଜିଆବାଦ, ମିରଟ, ମୁଜାଫର ନଗର, ବାଗପନ, ହାପୁଡା, ଗୌତମବୁଦ୍ଧ ନଗରରେ ମତଦାନ ଚାଲିଛି । ସାତଟି ପର୍ଯ୍ୟାୟରେ ୟୁପିରେ ନିର୍ବାଚନ ହେବ । ମାର୍ଚ୍ଚ ୭ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବ ।ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

ପ୍ରଥମ ପର୍ଯ୍ୟାୟରେ କିଛି ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ । ଶ୍ରୀକାନ୍ତ ଶର୍ମା, ସୁରେଶ ରଣା, ସନ୍ଦୀପ ସିଂହ, କପିଳ ଦେବ ଅଗ୍ରୱାଲ, ଅତୁଲ ଗାର୍ଗ ଓ ଚୌଧୁରୀ ଲକ୍ଷୀ ନାରାୟଣଙ୍କ ଭାଗ୍ୟ ପରୀକ୍ଷା । ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟ ଗ୍ରହଣ ହେଉଛି । ଏହି ଅଞ୍ଚଳରୁ କୃଷକମାନେ ବ୍ୟାପକ ଭାବେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିଲେ । ଏଥର ନିର୍ବାଚନରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବାର ଅଛି । ୟୁପିରେ ପୁର୍ନବାର ଯୋଗୀ ଆଦିତ୍ୟନାଥ ସରକାର ଗଢିବା ନେଇ ଭାଜପା ଫୁଲ ଦମରେ ପ୍ରୟାସ କରିଛି । ଦଳ ୩୦୦ ପ୍ଲସ ନାରା ଦେଇ ପୁଣି ଥରେ କ୍ଷମତାକୁ ଫେରିବାର ଜୋରଦାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.