ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ତଳମୁହାଁ ହେଲାଣି କରୋନା ସଂକ୍ରମଣ

0

ଭୁବନେଶ୍ବର: କରୋନାର ତୃତୀୟ ଲହରର ପ୍ରକୋପ ଏବେ ଦେଶରେ କମ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୭୭ ନୂଆ ମାମଲା ଆସିଛି। ଗୁରୁବାର ତୁଳନାରେ ଏହା ୧୩.୪% କମ। ଗୁରୁବାର ତୁଳନାରେ ଶୁକ୍ରବରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ ଆସିଛି। ଗୁରୁବାର ୧୨୪୧ ଲୋକ କରୋନାରେ ଆଖିବୁଜିଥିବା ବେଳେ ଶୁକ୍ରବାର ୬୫୭ ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ,ଦେଶରେ କରେନା ମୃତୁ ସଂଖ୍ୟା ବଢିକି ୫ ଲକ୍ଷ ୭ ହଜାର ୧୭୭ରେ ପହଞ୍ଚିଛି। କେରଳରୁ ସର୍ବାଧିକ ମାମଲା ଆସୁଥିବା ବେଳେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ,ରାଜସ୍ଥାନରୁ ମଧ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏହି ୫ ରାଜ୍ୟରୁ ୬୩.୩୧% ମାମଲା ଚିହ୍ନଟ ହୋଇଛନ୍ତି। କେବଳ କେରଳରୁ ୩୧.୭୨% ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ସଂକ୍ରମଣ ହାର ୯୭.୧୭ ପ୍ରତିଶତ ହୋଇଯାଇଛି। ଗତ ୨୪ ଘଣ୍ଟାରେ ଲକ୍ଷେ ୫୦ ହଜାର ୪୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ସୁସ୍ଥ ସଂଖ୍ୟା ୪ କୋଟି ୧୪ ଲକ୍ଷ ୩୧ ହଜାର ୧୫୮ରେ ପହଞ୍ଚିଛି। ଦେଶରେ ଏବେ କରୋନା ୬ ଲକ୍ଷ ୯୭ ହଜାର ୮୦୨ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି। ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୧୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ପଜିଟିଭ ଆସିଛି। କଟକରୁ ୧୬୧, ସୁନ୍ଦରଗଡ଼ରୁ ୧୧୩, କୋରାପୁଟର ୮୭,ରାୟଗଡ଼ାରୁ ୭୪, ସମ୍ବଲପୁରରୁ ୭୩,ବାଲେଶ୍ୱର ଓ କନ୍ଧମାଳରୁ ୬୨, ମୟୂରଭଞ୍ଜରୁ ୬୦ ଜଣ ସଂକ୍ରମିତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୩୦୯ ଜଣ ରହିଛନ୍ତି। ସେପଟେ ଡେଲଟା ଭୂତାଣୁକୁ ପଛରେ ପକାଇ ଦେଇଛି ଓମିକ୍ରନ। ରାଜ୍ୟରେ ପାଖାପାଖି ୯୮ ପ୍ରତିଶତ ନମୁନାରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି। ଗତ ସପ୍ତାହାରେ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ବା ଜୀବ ବିଜ୍ଞାନ ପ୍ରତିଷ୍‌ଠାନ ଯେଉଁ ନମୁନା ଗୁଡିକର ଜିନୋମ ସ୍ୱିକେନ୍ସ କରିଥିଲା , ସେଥିରୁ ଏହି ତଥ୍ୟ ସାମନାକୁ ଆସିଛି।ଜାନୁଆରି ୨୮ରୁ ଫେବୃଆରି ୪ ମଧ୍ୟରେ ୨୪୧ଟି ନମୁନାର ଜିନୋମ ସ୍ୱିକେନ୍ସ କରାଯାଇଥିଲା।

Leave A Reply

Your email address will not be published.