ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ

0

ଭୁବନେଶ୍ବର: ଚାକିରିରୁ ଅବସର ନେବା ପାଇଁ ଆଉ ଦିନ କେଇଟା ବାକି ଥିଲା। କିନ୍ତୁ ତା ପୂର୍ବରୁ ଘରେ ପଶିଲା ଭିଜିଲାନ୍ସ । ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଚାକିରିକୁ ଆଉ ୧୭ ଦିନ ବାକି ଥିବା ବେଳେ ଆଜି ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ବିଶ୍ୱଜିତ ମହାପାତ୍ରଙ୍କ ଘର,ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିଶ୍ୱଜିତ ମହାପାତ୍ରଙ୍କ ସୁନ୍ଦରଗଡ଼, ଅଫିସ,ଘର,ରାଜଗାଙ୍ଗପୁରରେ ଥିବା ଅନ୍ୟ ସଂପର୍କୀୟଙ୍କ ଘର,ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ,ଜଗତସିଂହପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ସଂପର୍କୀୟଙ୍କ ଘରେ ପୁଲିସ ଚଢାଉ କରିଛି। ଭିଜିଲାନ୍ସ ସ୍କାନରରେ ଦୀର୍ଘଦିନ ହେଲା ବିଶ୍ୱଜିତ ମହାପାତ୍ର ଥିଲେ। ସେ ଏମସିଏଲର ବିସ୍ଥାପିତଙ୍କଠୁ ଆରଆଇଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି। ଭିଜିଲାନ୍ସ ବିଭାଗର ୮ ଜଣ ଡିଏସପି, ଦୁଇ ଜଣ ଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ଏହି ଚଢାଉରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.