ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

0

ଆଶ୍ୱସ୍ତି ଆଣୁଛି ଫେବୃଆରୀ । ଧୀରେ ଧୀରେ ଦେଶରେ କରୋନା ସଂକ୍ରମଣ ଏବେ ଖସିବାରେ ଲାଗିଛି । ଦେଶରେ ଗତ ୨୪ ଘ ।ରେ ୫୦ ହଜାର ୪୦୭ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ୫୮ ହଜାର ୭୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୩.୪୮ ପ୍ରତିଶତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁସାରେ, ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଖସି ୬ ଲକ୍ଷ ୧୦ ହଜାର ୪୪୩ରେ ପହଞ୍ଚିଛି । ସେହିପରି ଦିନକରେ ୮୦୪ ଲୋକ କରୋନାରେ ଆଖିବୁଜିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୭ ହଜାର ୯୮୧କୁ ବୃଦ୍ଧି ପାଇଛି । ଗତକାଲି ୧,୩୬, ୯୬୨ ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।

ସେହିପରି ରାଜ୍ୟରେ ଗତକାଲିଠୁ ଆଜି ସଂକ୍ରମଣ ସାମାନ୍ୟ ବଢିଛି । ଗତ ୨୪ ଘଣ୍ଟା ରେ ୧୫୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୬୧୪କୁ ବୃଦ୍ଧି ପାଇଛି । ୩୪୨ ଜଣ ୧୮ ବର୍ଷରୁ କମ ଆକ୍ରାନ୍ତ ଅଛନ୍ତି । ସେହିପରି ଦିନକରେ ରାଜ୍ୟରେ ୨୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୬୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ରହିଥିବା ବେଳେ ବାଲେଶ୍ୱରରୁ ୬ ଜଣ ରହିଛନ୍ତି । ଯାଜପୁରରୁ ୩ ଜଣ ଲେଖାଁଏ ରହିଥିବା ବେଳେ ଭଦ୍ରକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଁଏ ରହିଛନ୍ତି । ସେହିପରି ଅନୁଗୁଳ ପୁରୀ,ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି ।

Leave A Reply

Your email address will not be published.