ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ପ୍ରଶାନ୍ତ କିଶୋରଙ୍କ ଅଫିସରେ ଚଢାଉ, ଜଣକୁ ଉଠାଇନେଲା ପୁଲିସ

0

ଗୋଆରେ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୧୪ରେ ଭୋଟ ଗ୍ରହଣ ହେବ । ଅର୍ଥାତ ମତଦାନକୁ ଆଉ ଦୁଇ ଦିନ ବାକି ଅଛି । ହେଲେ ତା ପୂର୍ବରୁ ଗୋଆରେ ତୃଣମୂଳ କଂଗ୍ରେସ ପାଇଁ ସଂଗଠନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କାର୍ଯ୍ୟାଳୟରେ ଚଢାଉ । ପ୍ରଶାନ୍ତଙ୍କ ଆଇ-ପିଏସି ଠିକଣାରେ ପୁଲିସ ଚଢଉ କରିଛି ।

ଗତକାଲି ଅଧ ରାତିରେ ଗୋଆର ପୋରଭରିମରେ ଥିବା ବିଭିନ୍ନ ବଙ୍ଗଳାରେ ଚଢାଉ କରିଛି ପୁଲିସ । ସେଥିରୁ ୮ଟି ବଙ୍ଗଳା ଆଇ-ପିଏସି ଦ୍ୱାରା ଭଡ଼ା ନିଆଯାଇଛି । ଏହା ପରେ ପୁଲିସ ପ୍ରଶାନ୍ତଙ୍କ ଜଣେ କର୍ମଚାରୀଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ତାଙ୍କୁ ରାତି ଅଧିଆ ଉଠାଇନେଇଛି । ଗିରଫ ଯୁବକଙ୍କ ବୟସ ୨୮ ବର୍ଷ । ଗତ ଅଢେଇ ବର୍ଷ ଧରି ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଗୋଆରେ ପାର୍ଟି କାର୍ଯ୍ୟ ପରିଚାଳନା କରୁଛନ୍ତି । ତେବେ କିଛି ଦିନ ପୂର୍ବରୁ ପ୍ରଶାନ୍ତ ଓ ଟିଏମସି ମଧ୍ୟରେ ସଂପର୍କ ବିଗିଡିଥିବା ଖବର ଆସୁଥିଲା । ନିକଟରେ ମମତା ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟଚାର୍ଯ୍ୟ କହିଥିଲେ ଯେ, ତାଙ୍କ ଆକାଉଂଟରୁ ‘ ୱାନ ମ୍ୟାନ ୱାନ ପୋଷ୍ଟ’ ବିଷୟରେ କିଛି ପୋଷ୍ଟ ସେୟାର କରାଯାଇଛି । ଏନେଇ ତାଙ୍କଠୁ କୌଣସି ଅନୁମତି ନିଆଯାଇନାହିଁ ।

ଟିଏମସି ଗତ ବର୍ଷ ଜୁନରେ ୱାନ ମ୍ୟାନ ୱାନ ପୋଷ୍ଟ ଆରମ୍ଭ କରିଥିଲେ । ଆଇ-ପିଏସି କମ୍ପାନୀ ପକ୍ଷରୁ ଏହାକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।ତେବେ ଏହି ବିବାଦ ଉପରେ ଆଇ-ପିଏସି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା ।କୌଣସି ନେତାଙ୍କ ଡିଜିଟାଲ ସମ୍ପତ୍ତି ବ୍ୟବହାର କରନ୍ତି ନାହିଁ ବୋଲି ଆଇ-ପିଏସି ପକ୍ଷରୁ କୁହାଯାଇଥିଲ।।

Leave A Reply

Your email address will not be published.