ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ, ୨୨ ହଜାର କୋଟିରୁ ଅଧିକ ଠକେଇ

0

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ । ଚାରି ବର୍ଷ ପରେ ଦେଶରେ ବ୍ୟାକିଂ ସେକ୍ଟରରେ ଆଉ ଏକ ବଡ଼ ଘାଟାଲା ସାମନାକୁ ଆସିଛି । ଏବିଜି ଗ୍ରୁପ((ଏବିଜି ସିପୟାର୍ଡ) ଗୋଟିଏ କିମ୍ବା ଦୁଇଟି ନୁହେଁ ପାଖାପାଖି ୨୮ଟି ବ୍ୟାଙ୍କରୁ ଠକେଇ କରିଛି ୨୨, ୮୪୨ କୋଟି । ଏହି ସଂଖ୍ୟା ଏତେ ବଡ଼ ଯେ, ଏହା ସମସ୍ତ ବ୍ୟାଙ୍କିଙ୍ଗ ସ୍କାମର ରେକର୍ଡକୁ ଭାଙ୍ଗିଦେଇଛି । ଏହି ମାମଲାରେ ସିବିଆଇ ବର୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି । ଏବେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଖୁବ ଶୀଘ୍ର ଯା ରେ ଅନ୍ୟ ଏଜେନ୍ସି ମାନେ ସାମିଲ ହୋଇପାରନ୍ତି ।

ସିବିଆଇ ଅନୁସାରେ, ଏହି ଠକେଇ ଗୋଟିଏ ବ୍ୟାଙ୍କ ସହ ନୁହେଁ, ୨୮ଟି ବ୍ୟାଙ୍କ ସହ ହୋଇଛି । ଏଥିରେ ଏସବିଆଇ, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଡିବିଆଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏବଂ ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ,ଏବଂ ଏଲଆଇସିରୁ ମଧ୍ୟ ଠକେଇ ହୋଇଛି । ଏହି ଘୋଟାଲାର ପ୍ରଥମ ଖୁଲାସା ୨୦୨୦ ଅଗଷ୍ଟରେ ହୋଇଥିଲା, ଯେତେବେଳେ ଏସିବିଆଇର ଜଣେ ଡେପୁଟି ଜିଏମ ସିବିଆଇକୁ ଲିଖିତ ଅଭିଯୋଗ ଦେଇଥିଲେ ୨୮ ବ୍ୟାଙ୍କ ଓ ଏଲଆଇସିକୁ ୨ଟି କମ୍ପାନୀ ଚୂନ ଲଗାଇଛନ୍ତି । କିନ୍ତୁ ଦୁଇଟି କମ୍ପାନୀ ସମାନ ଗ୍ରୁପର । ଗୋଟିଏ ଏବିଜି ସିପୟାର୍ଡ ଅନ୍ୟଟି ଏବିଜି ଇ ରନ୍ୟାସନାଲ ପ୍ରାଇଭେଟ ଲିମିଟେଡ । ସିବିଆଇ ତଦନ୍ତ ଅନୁଯାୟୀ, ଗୁଜୁରାଟର ସୁରଟରୁ ଏହି କମ୍ପାନୀ ଜଳ ଜାହାଜ ନିର୍ମାଣ ଓ ମରାମତି ସହିତ ଜଡିତ ଅନ୍ୟ କାମ କରିଥାଏ । ଏବିଜି ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଆର.କେ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଅନ୍ୟ ନିର୍ଦ୍ଦେଶକ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏମାନଙ୍କ ବିରୋଧରେ ସରକାରୀ ସମ୍ପତ୍ତିକୁ ହଡ଼ପ କରିବା ଭଳି ଗମ୍ଭୀର ଧାରା ଅପରାଧିକ ଷ୍‌ଡଯନ୍ତ୍ର, ଠକେଇ, ଦୁର୍ନୀତି ନିବାରଣ ଭଳି ମାମଲା ରୁଜୁ ହୋଇଛି ।

ଯେଉଁ ଧାରାରେ ମାମଲା ରୁଜୁ ହୋଇଛି ,ସେଥିରେ ଅଭିଯୁକ୍ତ ପ୍ରମାଣିତ ହେଲେ, ଆଜୀବନ କାରାଦଣ୍ଡ ହୋଇପାରେ । ଏଫଆଇଆର ଅନୁଯାୟୀ, ଏବିଜି କମ୍ପାନୀ ଯୋଗୁଁ ଏସବିଆଇ ୨୪୬୮ କୋଟି ଟଙ୍କା କ୍ଷତି ସହିଥିବା ବେଳେ ଏଲଆଇସିଠୁ ମଧ୍ୟ ୧୩୬ କୋଟି ଟଙ୍କାର ଚୂନ ଲଗାଇଛନ୍ତି । ବ୍ୟାଙ୍କ ଗ୍ରୁପ ସହିତ ମୋଟ ୨୨,୮୪୨ କୋଟି ଠକେଇ ହୋଇଛି । ଏହି ସ୍କାମ ୨୦୧୨ରୁ ୨୦୧୭ ମଧ୍ୟରେ ହୋଇଛି । ଅର୍ଥାତ ମନମୋହନ ସିଂହ ସରକାରଠୁ ମୋଦୀ ସରକାର ପର୍ଯ୍ୟନ୍ତ । ଠକେଇ ନେଇ ମାମଲା ରୁଜୁ ହେବା ପରେ ସିବିଆଇ ୧୩ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ଅନେକ ଅପରାଧିକ କାଗଜପତ୍ର ଜବତ ହୋଇଛି । ଏହା ପୂର୍ବରୁ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ପିଏନବି ସହ ୧୪ ହଜାର କୋଟିର ଜାଲିଆତି ଦେଶରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା । ସେହିପରି ବିଜୟ ମାଲ୍ୟା ବ୍ୟାଙ୍କ ଗୁଡିକରୁ ୯ ହଜାର କୋଟି ନେଇ ଦେଶ ଛାଡି ପଳାଇଥିଲେ ।

Leave A Reply

Your email address will not be published.