ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

0

ପାରାଦୀପଗଡ଼: ଆରପାରିରେ ଯାତ୍ରା ଜଗତର ବର୍ଷୀୟାନ କଳାକାର-ନିର୍ଦ୍ଦେଶକ ଦେବୀ ରଥ। କଳାକାରଙ୍କ ମହଲରେ ସେ ‘ମାମା’ ଭାବେ ପରିଚିତ ଥିଲେ। ୭୧ ବର୍ଷ ବୟସରେ ଦେବୀ ରଥଙ୍କର ତାଙ୍କ ଘରେ ପରଲୋକ ହୋଇଛି। ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ। ଗତକାଲି ନିଜ ଘର ପାରାଦୀପଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଫଳରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି।

ଜଣେ ଉଚ୍ଚକୋଟୀର ଅଭିନେତା ଭାବେ ତାଙ୍କର ସୁନାମ ରହିଛି। ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ପସନ୍ଦ। ବାଟ ଛାଡ ଷଣ୍ଢ ଆସିଛି, ଜେଲ ଟାଇଗର, ଡ଼ିମିରି ଫୁଲ ଭଳି ସୁପରହିଟ ଯାତ୍ରାରେ ଦେବୀ ରଥଙ୍କର ନିଖୁଣ ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଇଷ୍ଟର୍ଣ୍ଣ ବ୍ଲୁରେ ସେ ଦୀର୍ଘ ବର୍ଷ ଧରି ଅଭିନୟ କରିଥିଲେ। ଛତା ଚିହ୍ନ ଜିନ୍ଦାବାଦ ତାଙ୍କର ବେଶ ଚର୍ଚ୍ଚିତ ନାଟକ ମଧ୍ୟରୁ ଗୋଟିଏ ଥିଲା। ପ୍ରଖ୍ୟାତ ନାଟ୍ୟକାର ଅନନ୍ତ ଓଝାଙ୍କର ପ୍ରାୟ ନାଟକରେ ଦେବୀ ରଥ ନିର୍ଦ୍ଦେଶନା ଦେଇଛନ୍ତି।

ଦେବୀ ରଥ ପ୍ରଥମେ ତାଙ୍କ ଭଉଣୀ ମନୋରମା ଦାଶ ତିଆରି କରିଥିବା ତାରାପୁର କଳାକୁଞ୍ଜ ଅପେରାରେ ପ୍ରଥମେ ଅଭିନୟ କରିଥିଲେ। ସେଥିରେ ଦେବୀ ରଥଙ୍କ ଅଭିନୟ କରିଥିଲେ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଖୁବ କମ୍ ଦିନରେ ସେ ନାୟକ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ଯାତ୍ରା ଜଗତରରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

Leave A Reply

Your email address will not be published.