ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ, ୨୨ ହଜାର କୋଟିରୁ ଅଧିକ ଠକେଇ

0

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ । ଚାରି ବର୍ଷ ପରେ ଦେଶରେ ବ୍ୟାକିଂ ସେକ୍ଟରରେ ଆଉ ଏକ ବଡ଼ ଘାଟାଲା ସାମନାକୁ ଆସିଛି । ଏବିଜି ଗ୍ରୁପ((ଏବିଜି ସିପୟାର୍ଡ) ଗୋଟିଏ କିମ୍ବା ଦୁଇଟି ନୁହେଁ ପାଖାପାଖି ୨୮ଟି ବ୍ୟାଙ୍କରୁ ଠକେଇ କରିଛି ୨୨, ୮୪୨ କୋଟି । ଏହି ସଂଖ୍ୟା ଏତେ ବଡ଼ ଯେ, ଏହା ସମସ୍ତ ବ୍ୟାଙ୍କିଙ୍ଗ ସ୍କାମର ରେକର୍ଡକୁ ଭାଙ୍ଗିଦେଇଛି । ଏହି ମାମଲାରେ ସିବିଆଇ ବର୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି । ଏବେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଖୁବ ଶୀଘ୍ର ଯା ରେ ଅନ୍ୟ ଏଜେନ୍ସି ମାନେ ସାମିଲ ହୋଇପାରନ୍ତି ।

ସିବିଆଇ ଅନୁସାରେ, ଏହି ଠକେଇ ଗୋଟିଏ ବ୍ୟାଙ୍କ ସହ ନୁହେଁ, ୨୮ଟି ବ୍ୟାଙ୍କ ସହ ହୋଇଛି । ଏଥିରେ ଏସବିଆଇ, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ଆଇଡିବିଆଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏବଂ ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ,ଏବଂ ଏଲଆଇସିରୁ ମଧ୍ୟ ଠକେଇ ହୋଇଛି । ଏହି ଘୋଟାଲାର ପ୍ରଥମ ଖୁଲାସା ୨୦୨୦ ଅଗଷ୍ଟରେ ହୋଇଥିଲା, ଯେତେବେଳେ ଏସିବିଆଇର ଜଣେ ଡେପୁଟି ଜିଏମ ସିବିଆଇକୁ ଲିଖିତ ଅଭିଯୋଗ ଦେଇଥିଲେ ୨୮ ବ୍ୟାଙ୍କ ଓ ଏଲଆଇସିକୁ ୨ଟି କମ୍ପାନୀ ଚୂନ ଲଗାଇଛନ୍ତି । କିନ୍ତୁ ଦୁଇଟି କମ୍ପାନୀ ସମାନ ଗ୍ରୁପର । ଗୋଟିଏ ଏବିଜି ସିପୟାର୍ଡ ଅନ୍ୟଟି ଏବିଜି ଇ ରନ୍ୟାସନାଲ ପ୍ରାଇଭେଟ ଲିମିଟେଡ । ସିବିଆଇ ତଦନ୍ତ ଅନୁଯାୟୀ, ଗୁଜୁରାଟର ସୁରଟରୁ ଏହି କମ୍ପାନୀ ଜଳ ଜାହାଜ ନିର୍ମାଣ ଓ ମରାମତି ସହିତ ଜଡିତ ଅନ୍ୟ କାମ କରିଥାଏ । ଏବିଜି ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଆର.କେ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଅନ୍ୟ ନିର୍ଦ୍ଦେଶକ ଓ ଅନ୍ୟ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏମାନଙ୍କ ବିରୋଧରେ ସରକାରୀ ସମ୍ପତ୍ତିକୁ ହଡ଼ପ କରିବା ଭଳି ଗମ୍ଭୀର ଧାରା ଅପରାଧିକ ଷ୍‌ଡଯନ୍ତ୍ର, ଠକେଇ, ଦୁର୍ନୀତି ନିବାରଣ ଭଳି ମାମଲା ରୁଜୁ ହୋଇଛି ।

ଯେଉଁ ଧାରାରେ ମାମଲା ରୁଜୁ ହୋଇଛି ,ସେଥିରେ ଅଭିଯୁକ୍ତ ପ୍ରମାଣିତ ହେଲେ, ଆଜୀବନ କାରାଦଣ୍ଡ ହୋଇପାରେ । ଏଫଆଇଆର ଅନୁଯାୟୀ, ଏବିଜି କମ୍ପାନୀ ଯୋଗୁଁ ଏସବିଆଇ ୨୪୬୮ କୋଟି ଟଙ୍କା କ୍ଷତି ସହିଥିବା ବେଳେ ଏଲଆଇସିଠୁ ମଧ୍ୟ ୧୩୬ କୋଟି ଟଙ୍କାର ଚୂନ ଲଗାଇଛନ୍ତି । ବ୍ୟାଙ୍କ ଗ୍ରୁପ ସହିତ ମୋଟ ୨୨,୮୪୨ କୋଟି ଠକେଇ ହୋଇଛି । ଏହି ସ୍କାମ ୨୦୧୨ରୁ ୨୦୧୭ ମଧ୍ୟରେ ହୋଇଛି । ଅର୍ଥାତ ମନମୋହନ ସିଂହ ସରକାରଠୁ ମୋଦୀ ସରକାର ପର୍ଯ୍ୟନ୍ତ । ଠକେଇ ନେଇ ମାମଲା ରୁଜୁ ହେବା ପରେ ସିବିଆଇ ୧୩ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ଅନେକ ଅପରାଧିକ କାଗଜପତ୍ର ଜବତ ହୋଇଛି । ଏହା ପୂର୍ବରୁ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ପିଏନବି ସହ ୧୪ ହଜାର କୋଟିର ଜାଲିଆତି ଦେଶରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଥିଲା । ସେହିପରି ବିଜୟ ମାଲ୍ୟା ବ୍ୟାଙ୍କ ଗୁଡିକରୁ ୯ ହଜାର କୋଟି ନେଇ ଦେଶ ଛାଡି ପଳାଇଥିଲେ ।

Leave A Reply

Your email address will not be published.