ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ପରଲୋକରେ ଡିସ୍କୋ କିଙ୍ଗ୍‌

0

ମୁମ୍ବାଇ: ପୁଣି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଛିଛି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ହରାଇବାର ଦିନ କେଇଟା ନ ବିତୁଣୁ ଆଉ ଜଣେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକଙ୍କୁ ହରାଇଛି ବଲିଉଡ। ପ୍ରଖ୍ୟାତ ଗାୟକ ବାପି ଲାହିରିଙ୍କ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଗତକାଲି ରାତି ୧୧ଟାରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି।

ବଲିଉଡର ଡିସ୍କୋ କିଙ୍ଗ ଭାବେ ପରିଚିତ ବାପି ଲାହିରି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। । ଏକାଧିକ ରୋଗରେ ସେ ପୀଡିତ ଥିଲେ। ଗତବର୍ଷ ବାପି ଲାହିରି କରୋନା ସଂକ୍ରମିତ ହୋଇଥିଲେ। ବାପି ଲାହିରିଙ୍କ ସୁନା ପିନ୍ଧିବା ଓ ସବୁବେଳେ ଚଷମା ପିନ୍ଧି ଚାଲିବା ଲୋକ ବହୁତ ପସନ୍ଦ କରୁଥିଲେ। ବେକରେ ସୁନାର ମୋଟା ମୋଟା ଚେନ,ହାତରେ ଆଙ୍ଗୁଠିରେ ବଡ଼ ବଡ଼ ମୁଦି ସମେତ ଅନକେ ସୁନା ଅଳଙ୍କାର ପିନ୍ଧୁଥିଲେ। ତାଙ୍କୁ ବଲିଉଡର ପ୍ରଥମ ରକ୍ ଷ୍ଟାର ଗାୟକ ମଧ୍ୟ କୁହାଯାଏ। ଭିନ୍ନ ସ୍ୱର ଓ ଭିନ୍ନ ଅନ୍ଦାଜ ପାଇଁ ସେ ବେଶ ଜଣାଶୁଣା ଥିଲେ।

୧୯୫୨ ମସିହା ନଭେମ୍ବର ୨୬ରେ ପଶ୍ଚିମବଙ୍ଗ ଜାଲପାଇଗୁଡିରେ ସେ ଜନ୍ମଗହଣ କରିଥିଲେ। ୫୦୦ରୁ ଅଧିକ ଗୀତ ରଚନା କରିଛନ୍ତି ବାପି ଲାହିରି। ଚଲତେ ଚଲତେ, ଡିସ୍କୋ ଡ୍ୟାନ୍ସର,ଶରାବୀ ଭଳି ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାଗି-୩ ଫିଲ୍ମ ପାଇଁ ଶେଷ ଥର ମ୍ୟୁଜିକ କମ୍ପୋଜ କରିଥିଲେ।

Leave A Reply

Your email address will not be published.