ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ଭାରତର ନିଷ୍ପତ୍ତିରେ ଚିହିଁକି ଉଠିଲା ଚୀନ

0

ଭାରତ ସୋମବାର ଚୀନର ୫୪ ଆପକୁ ବ୍ୟାନ କରିଦେଇଛି । କୁହାଯାଉଛି ଏଥିରେ ପୂର୍ବରୁ ବ୍ୟାନ କରାଯାଇଥିବା କିଛି ପୁରୁଣା ଚୀନ ଆପ ଥିଲା ଯାହାକୁ ଭାରତରେ ରିଲଜ କରାଯାଇଥିଲା । ଏବଂ ଯୁଜର୍ସଙ୍କ ଅଜାଣତରେ ଡାଟା ଚୀନକୁ ପଠାଯାଉଥିଲା ।ତେବେ ଭାରତ ସରକାର ଏହି ଆପ ବ୍ୟାନ ପରେ ଚୀନର ପ୍ରମୁଖ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ କହିଛି ଯେ, ଭାରତ ଏହି ଆପ ବ୍ୟାନ କରି ନିଜର କ୍ଷତି ପହଞ୍ଚାଇଛି। ଚୀନ ଏହାକ ନେଇ ଚିହିଁକି ଉଠିଛି ।

ସମ୍ବାଦପତ୍ରରେ ଏହି ଖବର ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି ,ଯେଉଁଥିରେ କୁହାଯାଇଛି ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଥରେ ଭାରତ ଏକ ଅବହେଳିତ କାର୍ଯ୍ୟ କରିଛି । ଆପ ବ୍ୟାନ ମାମଲାକୁ ନେଇ ଚୀନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି , ଭାରତର ଏହି ପଦକ୍ଷେପ ପାଇଁ ଚୀନ କମ୍ପାନୀ ମାନେ କ୍ଷତି ସହୁଛନ୍ତି ।

ଭାରତ ଏପରି କରି ଚୀନ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଗ୍ଲୋବାଲ ଟାଇମ୍ସ ଯେଉଁ ସମୟରେ ଆପ୍‌କୁ ବ୍ୟାନ କରାଯାଇଛି ତାକୁ ନେଇ ପ୍ରଶ୍ନ
ଉଠାଇଛି । କହିଛି, ଏଭଳି ସମୟରେ ଆପ ବ୍ୟାନ କରାଯାଇଛି ଯେତେବେଳେ କ୍ୱାଡ ସମ୍ମିଳନୀରେ ଯୋଗଦେବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିଲେ । ଏହାକୁ ନେଇ ଚୀନ ଗମ୍ଭୀର ଚିନ୍ତା ପ୍ରକଟ କରୁଛି । ଭାରତ ସରକାର ଚଳିତ ସପ୍ତାହରେ ସୁରକ୍ଷା ଦୃଷ୍ଟିରୁ ୫୪ଟି ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହା ପୂର୍ବର ୨୦୨୧ ଜୁନ ମାସରେ ଭାରତ ଟିକ୍‌ଟକ୍‌, ୱିଚାଟ୍ ଓ ହେଲୋ ସହିତ ମୋଟ ୫୯ଟି ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

Leave A Reply

Your email address will not be published.