ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଭାରତର ନିଷ୍ପତ୍ତିରେ ଚିହିଁକି ଉଠିଲା ଚୀନ

0

ଭାରତ ସୋମବାର ଚୀନର ୫୪ ଆପକୁ ବ୍ୟାନ କରିଦେଇଛି । କୁହାଯାଉଛି ଏଥିରେ ପୂର୍ବରୁ ବ୍ୟାନ କରାଯାଇଥିବା କିଛି ପୁରୁଣା ଚୀନ ଆପ ଥିଲା ଯାହାକୁ ଭାରତରେ ରିଲଜ କରାଯାଇଥିଲା । ଏବଂ ଯୁଜର୍ସଙ୍କ ଅଜାଣତରେ ଡାଟା ଚୀନକୁ ପଠାଯାଉଥିଲା ।ତେବେ ଭାରତ ସରକାର ଏହି ଆପ ବ୍ୟାନ ପରେ ଚୀନର ପ୍ରମୁଖ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସ କହିଛି ଯେ, ଭାରତ ଏହି ଆପ ବ୍ୟାନ କରି ନିଜର କ୍ଷତି ପହଞ୍ଚାଇଛି। ଚୀନ ଏହାକ ନେଇ ଚିହିଁକି ଉଠିଛି ।

ସମ୍ବାଦପତ୍ରରେ ଏହି ଖବର ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି ,ଯେଉଁଥିରେ କୁହାଯାଇଛି ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଥରେ ଭାରତ ଏକ ଅବହେଳିତ କାର୍ଯ୍ୟ କରିଛି । ଆପ ବ୍ୟାନ ମାମଲାକୁ ନେଇ ଚୀନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି , ଭାରତର ଏହି ପଦକ୍ଷେପ ପାଇଁ ଚୀନ କମ୍ପାନୀ ମାନେ କ୍ଷତି ସହୁଛନ୍ତି ।

ଭାରତ ଏପରି କରି ଚୀନ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଗ୍ଲୋବାଲ ଟାଇମ୍ସ ଯେଉଁ ସମୟରେ ଆପ୍‌କୁ ବ୍ୟାନ କରାଯାଇଛି ତାକୁ ନେଇ ପ୍ରଶ୍ନ
ଉଠାଇଛି । କହିଛି, ଏଭଳି ସମୟରେ ଆପ ବ୍ୟାନ କରାଯାଇଛି ଯେତେବେଳେ କ୍ୱାଡ ସମ୍ମିଳନୀରେ ଯୋଗଦେବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିଲେ । ଏହାକୁ ନେଇ ଚୀନ ଗମ୍ଭୀର ଚିନ୍ତା ପ୍ରକଟ କରୁଛି । ଭାରତ ସରକାର ଚଳିତ ସପ୍ତାହରେ ସୁରକ୍ଷା ଦୃଷ୍ଟିରୁ ୫୪ଟି ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହା ପୂର୍ବର ୨୦୨୧ ଜୁନ ମାସରେ ଭାରତ ଟିକ୍‌ଟକ୍‌, ୱିଚାଟ୍ ଓ ହେଲୋ ସହିତ ମୋଟ ୫୯ଟି ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

Leave A Reply

Your email address will not be published.