ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ତୃତୀୟ ପର୍ଯ୍ୟାୟ ମତଦାନ: ଭୋଟ ଦେଉଛି ଓଡିଶା

0

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି । ୬୭ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ୧୩୮୨ଟି ପଞ୍ଚାୟତ ଓ ୧୮ ହଜାର ୪୯୫ଟି ୱାର୍ଡରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର । ୧୭୧ ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୦ ଜଣ ପ୍ରାର୍ଥୀ ଛିଡା ହୋଇଛନ୍ତି । ମତାଧିକାର ସାବ୍ୟସ୍ତ ପାଇଁ ବୁଥ ସାମନାରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି ।

ତୃତୀୟ ପର୍ଯ୍ୟାୟରେ ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ୧୮,୪୯୫ଟି ବୁଥରେ ଭୋଟ ଦେବେ । ୨,୭୭୩ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତୃତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ଏମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟିକା ରୀତା ସାହୁ ଓ ବିଧାୟକ ସୁର ରାଉତରାୟ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୭୭.୨% ମତଦାନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩% ମତଦାନ ହୋଇଛି । ଅନ୍ୟପଟେ ୧୫ ବର୍ଷ ପରେ ରାୟଗଡା ଜିଲ୍ଲା ନିୟମଗିରିରେ ମତଦାନ ହେଉଥିବାରୁ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।

Leave A Reply

Your email address will not be published.