ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଯୁଦ୍ଧକୁ ନେଇ ଚିନ୍ତାରେ ବିଶ୍ୱ, ହେଲେ ଇମ୍ରାନ ଖୁସି

0

ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ଥରହର ହେଉଛି ବିଶ୍ୱ। ଏଭଳି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି। ଯାହା ସମସ୍ତଙ୍କୁ ବ୍ୟଥିତ କରିଛି। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ସମସ୍ତେ ଚାହୁଁଥିବା ବେଳେ ଇମ୍ରାନ ଖାଁ କିନ୍ତୁ ଯୁଦ୍ଧକୁ ନେଇ ଖୁସି ଥିବା ଜଣାପଡିଛି।

ଇମ୍ରାନ ଖାନ୍ ଋଷ ଓ ୟୁକ୍ରେନର ଯୁଦ୍ଧକୁ ଭାରି ମଜାଦାର କହିଛନ୍ତି। ସେ କହିଛନ୍ତି ଏଭଳି ସମୟରେ ଋଷରେ ରହିବା ତାଙ୍କ ପାଇଁ ଏକ ରୋମା କର ସମୟ । ଆଜି ସକାଳେ ଇମ୍ରାନ ଖାନ୍ ମସ୍କୋରେ ପହଞ୍ଚିଥିଲେ । ଆଉ ସେତେବେଳକୁ ଆକ୍ରମଣ ଆରମ୍ଭ ହୋଇସାରିଥିଲା। ଆଉ ଏତିକି ବେଳେ ସେ ଋଷର ପ୍ରଶାସନିକ ଅଧିକାରୀଙ୍କ ସହ ହାତ ମିଳାଇଥିବା ସମୟରେ ଦୁଇ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧକୁ ମଜାଦାର ବୋଲି କହିଥିଲେ। କିନ୍ତୁ ସେ ଭୁଲିଯାଇଥିଲେ କ୍ୟାମେରା ଅନ ଅଛି ବୋଲି। ଇମ୍ରାନଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ମସ୍କୋ ବିମାନ ବନ୍ଦରରେ ଇମ୍ରାନ ନିଜ ବୈଦେଶିକ ମନ୍ତ୍ରୀଙ୍କୁ କହିଥିଲେ, ମୁଁ ଠିକ ସମୟରେ ଆସି ପହଞ୍ଚିଛି। ମୁଁ ବହୁତ ଉଲ୍ଲସିତ ଅଛି। ମସ୍କୋ ଗସ୍ତ କରିବା ଏହା ଭାରି ରୋମା କର ସମୟ ବୋଲି ସେ କହିଛନ୍ତି। ଋଷ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବାକୁ ଋଷ ଗସ୍ତ କରିଛନ୍ତି ଇମ୍ରାନ ଖାନ୍। ଗତ ଦୁଇ ଦଶନ୍ଧି ଧରି କୌଣସି ପାକିସ୍ତାନ ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରିବା ଏହା ପ୍ରଥମ ଘଟଣା।

Leave A Reply

Your email address will not be published.