ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଋଷର ଘନଘନ ଆକ୍ରମଣ, ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କୁ ହରାଇଲା ୟୁକ୍ରେନ

0

ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଛି । ଗୁରୁବାର ସକାଳ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଦୁଇ ଦେଶ ଏବେ ଭିନ୍ନ ଭିନ୍ନ ଦାବି କରୁଛନ୍ତି । ୟୁକ୍ରେନ ରାଜଧାନୀ କିଭ୍‌ରେ ଋଷ ସେନା ଧସେଇ ପଶିଥିବା ଦାବି କରାଯାଇଛି । କୁହାଯାଉଛି ଋଷ ସେନା ବହୁତ ଜଲଦି କିଭ୍‌କୁ ନିଜ କବଜାକୁ ନେଇଯିବ । ଏହା ବ୍ୟତିତ ଗତକାଲିଠୁ ହିଁ ୟୁକ୍ରେନ ଆକାଶରେ ଋଷର ହେଲିକପ୍ଟର ବୁଲୁଛି । ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁବାର କହିଥିଲେ ଯେ, ଋଷ ଆକ୍ରମଣ ୫୭ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ୧୬୯ ଜଣ ଆହତ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଲାୟୋଶଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଛି । ଏହା ସହ ବହୁ ସେନା ଆହତ ହୋଇଥିବା ଜଣାପଡିଛି । ଋଷ ହମଲାରେ ପ୍ରଥମ ଦିନରେ ୭୦ରୁ ଅଧିକ ଏୟାରବେସ ଓ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଯାଇଥିବା ମସ୍କୋ ଦାବି କରିଛି । ସେହିପରି ୟୁକ୍ରେନ କହିଛି ଋଷର ୭ରୁ ଅଧିକ ଯୁଦ୍ଧ ବିମାନ ହେଲିକପ୍ଟରକୁ ଖସାଇଦେଇଛି । ଅନ୍ୟପଟେ ଋଷ ସେନା ଚେର୍ନୋବଲ ସ୍ଥିତ ନ୍ୟୁକ୍ଲିୟର ପ୍ଲା ଉପରେ କବଜା କରିବାକୁ ପ୍ରୟାସ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଟୁଇଟ କରିଛନ୍ତି । କୌଣସି ବି ପରିସ୍ଥିତିରେ ୟୁକ୍ରେନ ସେନା ଋଷ ହାତରେ ନ୍ୟୁକ୍ଲିୟର ପ୍ଲା ଛାଡିବ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ।

Leave A Reply

Your email address will not be published.