ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟରେ ଆକ୍ରମଣ

0

ୟୁକ୍ରେନ ଉପରେ ଋଷର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଆଜିକୁ ନବମ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଋଷ ଆକ୍ରମଣ କରିଛି । ଝେପୋରଜିଆ ଓ ଏନୋହର୍ଦ୍ଦର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ରେ ଋଷର ଆକ୍ରମଣ ପରେ ପ୍ଲାଣ୍ଟ ରେ ନିଆଁ ଲାଗିଯାଇଥିବା ୟୁକ୍ରେନ ଦାବି କରିଛି । ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ରେ ନିଆଁ ଲାଗିବା ପରେ ଏନେଇ ୟୁକ୍ରେନ ରାଷ୍ଟ୍ରପତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଥିଲେ । ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ସୋମବାର ଏନୋହର୍ଦ୍ଦର ସହର କବଜା କରିବାକୁ ଦାବି କରିଥିଲା । ପ୍ଲାଣ୍ଟ ର ପ୍ରବକ୍ତା ଆଣ୍ଡ୍ରି ତୁଜ କହିଛନ୍ତି ଯେ, ଏବେ ରିଆକ୍ଟରର ନବୀକରଣ କାମ ଚାଲିଥିଲା । ଏମିତିରେ ଏବେ ଏହା କାମ କରୁ ନଥିଲା । କିନ୍ତୁ ପ୍ଲାଣ୍ଟ ଭିତରେ ପରମାଣୁ ଇନ୍ଧନ ଅଛି ।

ସେପଟେ ୟୁକ୍ରେନ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ପ୍ଲାଣ୍ଟ ରେ ନିଆଁ ଲାଗିବା ପରେ ଋଷ ସେନାଙ୍କୁ ଜେପୋରଜିଆ ଅଞ୍ଚଳରେ ଥିବା ୟୁରୋପର ସବୁଠୁ ବଡ଼ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ବନ୍ଦ କରିବାକୁ ଅପିଲ କରିଛନ୍ତି । କୁଲେବା ଟୁଇଟ କରି କହିଛନ୍ତି, ଋଷ ସେନା ଲଗାତର ଏହି ପ୍ଲାଣ୍ଟ ଉପରେ ଗୁଳିମାଡ଼ କରୁଛନ୍ତି । ଏଠାରେ ପୂର୍ବରୁ ହିଁ ନିଆଁ ଲାଗି ସାରିଛି । ଏମିତିରେ ଯଦି ଏହା ବିସ୍ଫୋରଣ ହୁଏ ତେବେ ଏହା ଚର୍ନୋବିଲଠାରୁ ୧୦ ଗୁଣା ବଡ଼ ହେବ । ତେଣୁ ଋଷ ସେନାଙ୍କୁ ତୁରନ୍ତ ଆକ୍ରମଣ ବନ୍ଦ କରିଦେବା ଉଚିତ । ସେହିପରି ୟୁକ୍ରେନର ଚେରନିହିଭ ସହରରେ ଋଷ ସେନାର ଆକ୍ରମଣ ପରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ଜଣ ଆହତ ହୋଇଛନ୍ତି । ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ନେଇ ରାଷ୍ଟ୍ରପତି ଜେଲେନେସ୍କି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯୁଦ୍ଧ ବନ୍ଦ କରିବାକୁ ହେଲେ ପୁଟିନ ସହ ସିଧାସଳଖ କଥାବାର୍ତ୍ତା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଆମେ ଋଷ ଉପରେ ଆକ୍ରମଣ କରିନାହୁଁ କି କରିବାର ଯୋଜନା ବି କରିନୁ । ଆଉ ଏହି ଯୁଦ୍ଧ ବନ୍ଦ କରିବାର ଏକମାତ୍ର ଉପାୟ ପୁଟିନଙ୍କ ସହ ସିଧା କଥାବାର୍ତ୍ତା।

Leave A Reply

Your email address will not be published.