ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ଜେଲେନସ୍କିଙ୍କୁ ସପ୍ତାହକ ମଧ୍ୟରେ ୩ ଥର ହତ୍ୟା ଉଦ୍ୟମ

0

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ । ତାହା ପୁଣି ସପ୍ତାହକ ମଧ୍ୟରେ ତିନି ଥର । ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଭୟଙ୍କର
ଷଡଯନ୍ତ୍ର କରୁଛି ଋଷ । ଜେଲେନସ୍କିଙ୍କୁ ହତ୍ୟା କରି ୟୁକ୍ରେନକୁ ଦଖଲ କରିବାକୁ ଚାହୁଁଛି ଋଷ । ଟାଇମ୍ସ ଅଫ ଲଣ୍ଡନରେ ଏକ ରିପୋର୍ଟରେ ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ କଥା ପ୍ରକାଶ ପାଇଛି । ଜେଲେନସ୍କିଙ୍କୁ ହତ୍ୟା ପାଇଁ ଋଷ ୪୦୦ ଜଣ ଆତଙ୍କବାଦୀଙ୍କୁ ୟୁକ୍ରେନ ପଠାଇଥିବା ଅଭିଯୋଗ ହୋଇଛି । ଫେବୃଆରୀ ୨୪ରେ ୟୁକ୍ରେନରେ ମିଲିଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହା ପରଠୁ ନବମ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି ।ୠଷ ସେନା ମାନେ ଖାରକିଭ,ଖେରସନ, କିଭ ଅଂଚଳରେ ଜୋରଦାର ଆକ୍ରମଣ କରୁଛନ୍ତି । କିନ୍ତୁ ଏଯାଏଁ କିଭ୍‌କୁ ଦଖଲ କରିପାରିନି ଋଷ ।

ଟାଇମ୍ସ ଅଫ ଲଣ୍ଡନର ରିପୋର୍ଟ ଅନୁଯାୟୀ, ଜେଲେନସ୍କିଙ୍କୁ ତିନି ଥର ହୋଇଥିବା ହତ୍ୟା ଉଦ୍ୟମରେ ଦୁଇଟି ଭିନ୍ନ ଭିନ୍ନ ଗୋଷ୍ଠୀ ସାମିଲ ଅଛନ୍ତି । ଏହି ଗୋଷ୍ଠୀଙ୍କୁ ଏହି କାମ ପାଇଁ କିଣାଯାଇଥିବା ଜଣାପଡିଛି । ଏହି ଗୋଷ୍ଠୀ ୟୁକ୍ରେନର ୨୪ ଅଧିକାରୀଙ୍କ ହତ୍ୟା ପାଇଁ ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଯାହା ଦ୍ୱାରା ୟୁକ୍ରେନ ସରକାର ଭାଙ୍ଗିଯିବ ଏବଂ ଶାସନ କ୍ଷମତା ତାଙ୍କ ହାତକୁ ଚାଲିଆସିବ । ତେବେ ୩ ଥର ହତ୍ୟା ପାଇଁ ଉଦ୍ୟମ କରିଥିଲେ ବି ହତ୍ୟା ଉଦ୍ୟମ ବିଫଳ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ଋଷର କିଛି ଅଧିକାରୀ ଯୁଦ୍ଧ ବିରୋଧରେ ରହିଛନ୍ତି । ସେମାନେ ଋଷ ସରକାର ୟୁକ୍ରେନ ଉପରେ କରୁଥିବା ଆକ୍ରମଣକୁ ଆଦୌ ସମର୍ଥନ କରୁନାହାନ୍ତି । ଜେଲେନସ୍କି ହତ୍ୟା ଉଦ୍ୟମ ସଂପର୍କରେ ସୂଚନା କିଭ୍‌କୁ ଋଷରୁ ହିଁ ଆସିଥିବା ଜଣାପଡିଛି । ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ଋଷକୁ କଡା ଜବାବ ଦେଉଛନ୍ତି । ଦେଶ ଛାଡି ନଯାଇ ସେଠାରେ ରହି ଋଷ ସେନା ସହ ଲଢୁଛନ୍ତି ।

Leave A Reply

Your email address will not be published.