ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମୋଦୀ ରଖିଲେ ପ୍ରସ୍ତାବ, କହିଲେ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ ହେଉ

0

ୟୁକ୍ରେନ ଉପରେ ଋଷ ଘମାଘୋଟ ଆକ୍ରମଣ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ସହରକୁ ବିସ୍ଫୋରଣ କରି ଧ୍ୱଂସବିଧ୍ୱସ୍ତ କରିଦେଉଛି । ଏହାରି ମଧ୍ୟରେ କ୍ୱାର୍ଡ ବୈଠକରେ ଭାରତ ନିଜର ପକ୍ଷ ରହିଛି । ମୋଦୀ କହିଛନ୍ତି, ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦରେ ସମାଧାନ ହେବା ଉଚିତ । ବିବାଦର ସମାଧାନ ହେବା ଜରୁରୀ ଅଟେ । ଆଉ ଏଥିପାଇଁ ଆଲୋଚନା ଓ କୂଟନୀତି ହିଁ ପ୍ରକୃତ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଯୁଦ୍ଧ ପ୍ରସଙ୍ଗରେ ୟୁରୋପ ଆମେରିକା ଭାରତର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ କ୍ୱାର୍ଡ ବୈଠକରେ ମୋଦୀ ନିଜର ପ୍ରସ୍ତାବ ରଖିଛି । ଏହି ବୈଠକରେ ଭାରତ,ଆମେରିକା ,ଜାପାନ ଓ ଅଷ୍ଟ୍ରେଲିଆର ନେତୃବର୍ଗ ଯୋଗ ଦେଇଥିଲେ ।

ୟୁକ୍ରେନ ଓ ଋଷ ମଧ୍ୟରେ ପୂର୍ବରୁ ଦୁଇ ଥର ବୈଠକ ବସିସାରିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ । ତୃତୀୟ ପର୍ଯ୍ୟାୟ ବୈଠକ ଖୁବ ଶୀଘ୍ର ବସିବ । ଏନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ତେବେ ତୃତୀୟ ବୈଠକ କେବେ ବସିବ ସେ ନେଇ ସମୟ ଓ ସ୍ଥାନ ସ୍ଥିର ହୋଇନାହିଁ । ସେପଟେ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ନେଇ ରାଷ୍ଟ୍ରପତି ଜେଲେନେସ୍କି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯୁଦ୍ଧ ବନ୍ଦ କରିବାକୁ ହେଲେ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଆମେ ଋଷ ଉପରେ ଆକ୍ରମଣ କରିନାହୁଁ କି କରିବାର ଯୋଜନା ବି କରିନୁ । ଆଉ ଏହି ଯୁଦ୍ଧ ବନ୍ଦ କରିବାର ଏକମାତ୍ର ଉପାୟ ପୁଟିନଙ୍କ ସହ ସିଧା କଥାବାର୍ତ୍ତା।

Leave A Reply

Your email address will not be published.