ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ୟୁକ୍ରେନ ରାଷ୍ଟ୍ରପତିଙ୍କୁ କଣ ଆଶ୍ବାସନା ଦେଲେ ବାଇଡେନ୍?

0

୧୧ ଦିନରେ ପହଞ୍ଚିଛି ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ। ୟୁକ୍ରେନ ଉପରେ ଋଷର ଘନଘନ ଆକ୍ରମଣ ଜାରି ରହିଛି। ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫୋନରେ କଥାହୋଇଛନ୍ତି। ଆର୍ଥିକ ଓ ସୁରକ୍ଷାଗତ ସହାୟତା ଯୋଗାଇଦେବାକୁ ବାଇଡେନଙ୍କ ନିକଟରେ ଦାବି କରିଛନ୍ତି ଜେଲେନସ୍କି। ଏହା ସହ ଋଷିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ମଧ୍ୟ ଆଲୋଚନା ହୋଇଛି।

ସପ୍ତାହକ ମଧ୍ୟରେ ଜେଲେନସ୍କି ଓ ବାଇଡେନଙ୍କ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଆଲୋଚନା ହୋଇଛି। ଉଭୟଙ୍କ ମଧ୍ୟରେ ଅଧାଘଣ୍ଟା ଧରି ଆଲୋଚନା ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି। ଆମେରିକା ଋଷିଆର ଭିସା, ମାଷ୍ଟରକାର୍ଡକୁ ବାତିଲ କରିବା ନିଷ୍ପତ୍ତିକୁ ଜେଲେନସ୍କି ସ୍ୱାଗତ କରିଛନ୍ତି। ୟୁକ୍ରେନର ଜାପୋରିଜିଆରେ ଥିବା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟର ସ୍ଥିତି ନେଇ ବାଇଡେନ ଜେଲେନସ୍କିଙ୍କଠୁ ପଚାରିବୁଝିଛନ୍ତି।

ଫେବୃଆରି ୨୪ରେ ଆରମ୍ଭ ହୋଇଥିବା ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଆମେରିକା ସମେତ ବହୁ ଦେଶ ଋଷ ଉପରେ କଟକଣା ଜାରି
କରିଛନ୍ତି। ଗତ ସପ୍ତାହରେ ଆମେରିକା ୩୫୦ ମିଲିୟନ ଡଲାରର ସାମରିକ ଉପକରଣକୁ ଅନୁମତି ଦେଇଥିଲା ।ଯାହା ଆମେରିକା ଇତିହାସର ସବୁଠୁ ବଡ଼
ପ୍ୟାକେଜ।

Leave A Reply

Your email address will not be published.