ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବନ୍ଦ ହେବ କି ଯୁଦ୍ଧ?

0

ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ବି ଦୁଇ ଦେଶର କଥାବାର୍ତ୍ତା ଚାଲିଛି । ଆସନ୍ତାକାଲି ପୁଣି ବସିବ ତୃତୀୟ ପର୍ଯ୍ୟାୟ ବୈଠକ । ପୂର୍ବରୁ ଦୁଇ ଦେଶର ଅଧିକାରୀଙ୍କ
ମଧ୍ୟରେ ଦୁଇ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରିନାହିଁ। ତେଣୁ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ସୂଚନା ଅନୁସାରେ,ୟୁକ୍ରେନ ଅଧିକାରୀ ଡେଭିଡ ଅରଖିମିଆ କହିଛନ୍ତି ଯେ, ସୋମବାର ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ବସିବ ।

ବୈଠକରୁ କିଛି ସମାଧାନ ବାହାରୁଛି କି ନାହିଁ , କିଛି ଶାନ୍ତିର ସଙ୍କେତ ମିଳିବ କି ନାହିଁ, ତାହା ଯୁଦ୍ଧର ଆଗାମୀ ଭବିଷ୍ୟତ ନିର୍ଣ୍ଣୟ କରିପାରେ । ଏହା ପୂର୍ବରୁ ଯେତେବେଳେ ଉଭୟ ଦେଶ ବୁଝାମୁଣା ଟେବୁଲରେ ବସିଥିଲେ, ସେତେବେଳେ ଅସ୍ତ୍ରବିରତି ଉଂଲଘନ ଓ ନିରାପଦ ପାସ୍ ଉପରେ ଆଲୋଚନା ହୋଇଥିଲା । କିନ୍ତୁ ଆଲୋଚନା ସଫଳ ହୋଇପାରିନଥିଲା । ଶନିବାର ଅସ୍ତ୍ରବିରତି ଘୋଷଣା କରିଥିଲା ଋଷ । ଯୁଦ୍ଧ ପ୍ରବଣ ଅ ଳରୁ ଲୋକଙ୍କୁ ଉଦ୍ଧାର ପାଇଁ ୫ ଘଣ୍ଟା ପାଇଁ ସାମୟିକ ଅସ୍ତ୍ରବିରତି ଘୋଷଣା କରିଥିଲା ଋଷ । ଅସ୍ତ୍ରବିରତି ପରେ ବି ଋଷ ୟୁକ୍ରେନର ମାରିୟୁପୋଲ ସହରରେ ଆକ୍ରମଣ କରିଛି ।

Leave A Reply

Your email address will not be published.