ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆପଣାଇଲା ନିରପେକ୍ଷତା ନୀତି

0

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନର ମାନିବିକ ସଙ୍କଟ ଉପରେ ଋଷର ପ୍ରସ୍ତାବ ଉପରେ ଭୋଟ ଦେବାଠୁ ଭାରତ ନିଜକୁ ଦୂରେଇ ରଖିଛି । ମୁଖ୍ୟକଥା ହେଉଛି ଯେ, ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପ୍ରସଙ୍ଗରେ ଭାରତ ନିଜର ନିରପେକ୍ଷତା ବଜାୟ ରଖିଛି । ଏହା ପୂର୍ବରୁ ମଧ୍ୟ ଭାରତ ଜାତିସଂଘରେ ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ପାଶ୍ଚାତ ଦେଶ ଗୁଡିକର ପ୍ରସ୍ତାବ ଉପରେ ମଧ୍ୟ ଭାରତ ଦୂରତା ବଜାୟ ରଖିଥିଲା । ଭାରତ ସମେତ ମୋଟ ୧୩ ଦେଶ ଋଷର ପ୍ରସ୍ତାବ ଉପରେ ଭୋଟିଂରେ ଭାଗ ନେଇନାହାନ୍ତି । ଋଷ ଏହି ପ୍ରସ୍ତାବକୁ ସିରିଆ, ଉତ୍ତର କୋରିଆ ଓ ବେଲାଋଷ ସମର୍ଥନରେ ଉପସ୍ଥାପନା କରିଥିଲା । କିନ୍ତୁ ଏହି ପ୍ରସ୍ତାବ ପାରିତ ହୋଇପାରିଲାନି । କାରଣ ଏହାକୁ ପାରିତ କରିବାକୁ ୯ଟି ଭୋଟର ଆବଶ୍ୟକତା ରହିଥିଲା । ଋଷ ଓ ଚୀନ ଏହି ପ୍ରସ୍ତାବର ସମର୍ଥନରେ ଭୋଟିଂ ଦେଇଥିଲେ । ଭୋଟିଂରେ ଭାରତ ଓ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟ ମାନେ ଅଂଶଗ୍ରହଣ କରିନଥିଲେ ।

ଜାତିସଂଘର ସ୍ଥାୟୀ ସଦସ୍ୟ ଋଷର ୧୫ ସଦସ୍ୟ ବିଶିଷ୍ଟ ପରିଷଦରେ ଏହି ସଂକଳ୍ପ ଉପସ୍ଥାପନା କରିଥିଲେ । ଏହି ପ୍ରସ୍ତାବରେ ଋଷ ମହିଳା, ଶିଶୁ ଓ ମାନବୀୟ କର୍ମୀଙ୍କ ସମେତ ସମସ୍ତ ନାଗରିକଙ୍କ ସୁରକ୍ଷା ଓ ଋଷ-ୟୁକ୍ରେନ ମଧ୍ୟରେ ରାଜନୈତିକ କଥାବାର୍ତ୍ତା, ମଧ୍ୟସ୍ଥତା ଓ ଅନ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ପାଇଁ ଆହ୍ୱାନ କରିଥିଲା । ଭୋଟିଂ ପରେ ସଦସ୍ୟ ଦେଶ ମାନେ ବୟାନ ଜାରି କରିଥିଲେ । କିନ୍ତୁ ଭାରତ କୌଣସି ବିବୃତ୍ତି ଦେଇନାହିଁ । ଏହା ପୂର୍ବରୁ ଭାରତ ୨ ଥର ସୁରକ୍ଷା ପରିଷଦରେ ଭୋଟିଂରେ ଅଂଶଗ୍ରହଣ କରିବାକୁ ମନା କରିସାରିଛି ।

ଭାରତ ଋଷ ବିରୋଧରେ ଜେନେରାଲ ଆସେମ୍ଲିରେ ଆସିଥିବା ପ୍ରସ୍ତାବ ଉପରେ ମଧ୍ୟ ଭୋଟ ଦେଇନଥିଲା । ମିଳିତ ଜାତିସଂଘରେ ଆମେରିକାର ରାଜଦୂତ ଲିଣ୍ଡା ଥମ୍ସ ଗ୍ରୀନଫିଲ୍ଡ କହିଛନ୍ତି, ସୁରକ୍ଷା ପରିଷଦରେ ୧୩ ଦେଶ ୟୁକ୍ରେନରେ ଦେଖାଦେଇଥିବା ମାନବୀୟ ସଙ୍କଟ ପାଇଁ ଋଷର ପ୍ରସ୍ତାବ ଉପରେ ଭୋଟିଂ କରିନାହାନ୍ତି । ଋଷ ଯୁଦ୍ଧ ଆରମ୍ଭ କରିଥିଲା, ଆକ୍ରମଣ କରିଥିଲା । ୟୁକ୍ରେନରେ ଅନୁପ୍ରବେଶ କରିଥିଲା । ୟୁକ୍ରେନରେ ଲୋକ ମାନଙ୍କ ଉପରେ ଅତ୍ୟାଚାର ପାଇଁ କେବଳ ଋଷ ଦାୟୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.