ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଆପଣାଇଲା ନିରପେକ୍ଷତା ନୀତି

0

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନର ମାନିବିକ ସଙ୍କଟ ଉପରେ ଋଷର ପ୍ରସ୍ତାବ ଉପରେ ଭୋଟ ଦେବାଠୁ ଭାରତ ନିଜକୁ ଦୂରେଇ ରଖିଛି । ମୁଖ୍ୟକଥା ହେଉଛି ଯେ, ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ପ୍ରସଙ୍ଗରେ ଭାରତ ନିଜର ନିରପେକ୍ଷତା ବଜାୟ ରଖିଛି । ଏହା ପୂର୍ବରୁ ମଧ୍ୟ ଭାରତ ଜାତିସଂଘରେ ୟୁକ୍ରେନ ପ୍ରସଙ୍ଗରେ ଋଷ ବିରୋଧରେ ପାଶ୍ଚାତ ଦେଶ ଗୁଡିକର ପ୍ରସ୍ତାବ ଉପରେ ମଧ୍ୟ ଭାରତ ଦୂରତା ବଜାୟ ରଖିଥିଲା । ଭାରତ ସମେତ ମୋଟ ୧୩ ଦେଶ ଋଷର ପ୍ରସ୍ତାବ ଉପରେ ଭୋଟିଂରେ ଭାଗ ନେଇନାହାନ୍ତି । ଋଷ ଏହି ପ୍ରସ୍ତାବକୁ ସିରିଆ, ଉତ୍ତର କୋରିଆ ଓ ବେଲାଋଷ ସମର୍ଥନରେ ଉପସ୍ଥାପନା କରିଥିଲା । କିନ୍ତୁ ଏହି ପ୍ରସ୍ତାବ ପାରିତ ହୋଇପାରିଲାନି । କାରଣ ଏହାକୁ ପାରିତ କରିବାକୁ ୯ଟି ଭୋଟର ଆବଶ୍ୟକତା ରହିଥିଲା । ଋଷ ଓ ଚୀନ ଏହି ପ୍ରସ୍ତାବର ସମର୍ଥନରେ ଭୋଟିଂ ଦେଇଥିଲେ । ଭୋଟିଂରେ ଭାରତ ଓ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟ ମାନେ ଅଂଶଗ୍ରହଣ କରିନଥିଲେ ।

ଜାତିସଂଘର ସ୍ଥାୟୀ ସଦସ୍ୟ ଋଷର ୧୫ ସଦସ୍ୟ ବିଶିଷ୍ଟ ପରିଷଦରେ ଏହି ସଂକଳ୍ପ ଉପସ୍ଥାପନା କରିଥିଲେ । ଏହି ପ୍ରସ୍ତାବରେ ଋଷ ମହିଳା, ଶିଶୁ ଓ ମାନବୀୟ କର୍ମୀଙ୍କ ସମେତ ସମସ୍ତ ନାଗରିକଙ୍କ ସୁରକ୍ଷା ଓ ଋଷ-ୟୁକ୍ରେନ ମଧ୍ୟରେ ରାଜନୈତିକ କଥାବାର୍ତ୍ତା, ମଧ୍ୟସ୍ଥତା ଓ ଅନ୍ୟ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ପାଇଁ ଆହ୍ୱାନ କରିଥିଲା । ଭୋଟିଂ ପରେ ସଦସ୍ୟ ଦେଶ ମାନେ ବୟାନ ଜାରି କରିଥିଲେ । କିନ୍ତୁ ଭାରତ କୌଣସି ବିବୃତ୍ତି ଦେଇନାହିଁ । ଏହା ପୂର୍ବରୁ ଭାରତ ୨ ଥର ସୁରକ୍ଷା ପରିଷଦରେ ଭୋଟିଂରେ ଅଂଶଗ୍ରହଣ କରିବାକୁ ମନା କରିସାରିଛି ।

ଭାରତ ଋଷ ବିରୋଧରେ ଜେନେରାଲ ଆସେମ୍ଲିରେ ଆସିଥିବା ପ୍ରସ୍ତାବ ଉପରେ ମଧ୍ୟ ଭୋଟ ଦେଇନଥିଲା । ମିଳିତ ଜାତିସଂଘରେ ଆମେରିକାର ରାଜଦୂତ ଲିଣ୍ଡା ଥମ୍ସ ଗ୍ରୀନଫିଲ୍ଡ କହିଛନ୍ତି, ସୁରକ୍ଷା ପରିଷଦରେ ୧୩ ଦେଶ ୟୁକ୍ରେନରେ ଦେଖାଦେଇଥିବା ମାନବୀୟ ସଙ୍କଟ ପାଇଁ ଋଷର ପ୍ରସ୍ତାବ ଉପରେ ଭୋଟିଂ କରିନାହାନ୍ତି । ଋଷ ଯୁଦ୍ଧ ଆରମ୍ଭ କରିଥିଲା, ଆକ୍ରମଣ କରିଥିଲା । ୟୁକ୍ରେନରେ ଅନୁପ୍ରବେଶ କରିଥିଲା । ୟୁକ୍ରେନରେ ଲୋକ ମାନଙ୍କ ଉପରେ ଅତ୍ୟାଚାର ପାଇଁ କେବଳ ଋଷ ଦାୟୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.