ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବଲିଉଡ ଅଭିନେତା ଧର୍ମେନ୍ଦ୍ର ଗୁରୁତର

0

ନ୍ୟୁଜ୍ ବ୍ୟୁରୋ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି। ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସା ଚାଲିଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଗତ ସପ୍ତାହରେ ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି। ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।

ଡାକ୍ତରଙ୍କ ଏକ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଶ୍ୟ ବିଧିବଦ୍ଧ ଭାବେ କୌଣସି ବୟାନ ଦିଆଯାଇନି। ରିପୋର୍ଟ ଅନୁସାରେ ଆଗାମୀ ୭୨ ଘଂଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ଅଛନ୍ତି। ଝିଅମାନଙ୍କୁ ଆମେରିକାରୁ ଡକାଯାଇଛି। ବୟସାଧିକ୍ୟ ଯୋଗୁ ଧର୍ମେନ୍ଦ୍ର ଏବେ କ୍ରମାଗତ ଅସୁସ୍ଥ ରହୁଛନ୍ତି। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିଶର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି।

Leave A Reply

Your email address will not be published.