ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବ୍ରହ୍ମପୁରରେ ନିର୍ବାଚନୀ ହିଂସା, ରାତି ଅଧରେ ଘର ଉପରୁ ଟେକା ପଥର ମାଡ଼

0

ବ୍ରହ୍ମପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଗଞ୍ଜାମ ଗୋଷାଣୀ ନୂଆ ଗାଁ ଅନ୍ତର୍ଗତ ବ୍ରିଟ କଲୋନୀରେ ହିଂସା ଦେଖିବାକୁ ମିଳିଛି । ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି । ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ଟେକା ପଥର ମାଡ଼ କରିବା ସହ ବାଇକ ଭାଙ୍ଗି ଚୁରମାର କରିଦେଇଛନ୍ତି ।

ସୂଚନା ଅନୁସାରେ, ପୂର୍ବତନ କର୍ପୋରେଟର ତଥର ୧ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ସସ୍ମିତା ଦାସ ଏଥର ନିର୍ବାଚନ ଲଢୁଥିଲେ । ହେଲେ ଉଭୟ ନିର୍ବାଚନରେ ପରାଜିତ ହୋଇଥିଲେ । ଏହା ପରେ ମଧ୍ୟ ରାତ୍ରିରେ ସେମାନେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ଘର ଉପରକୁ ଟେକା ପଥର ମାଡ଼ କରିଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଲଜ ବି କରିଥିଲେ । ଏହା ପରେ ବିରେନଙ୍କ ବାଇକକୁ ବାଡେଇ ଭାଙ୍ଗିଦେଇଥିଲେ । ବିରେନ ଏସବୁ ଦୃଶ୍ୟ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ପୁଲିସକୁ ବି ଏନେଇ ଖବର ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମରେ ବିରେନଙ୍କୁ ଦଳୀୟ ଟିକେଟ ନମିଳିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ଏହାକୁ ନେଇ କିଛି ନିଦ୍ଦିଷ୍ଟ ରାଜନୈତିକ ଦଳର ଅସନ୍ତୁଷ୍ଟ ଥିଲେ ।

Leave A Reply

Your email address will not be published.