ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

0

ଭୁବନେଶ୍ଵର: ସସ୍ମିତ ପାତ୍ର ସିଜିମାଳି ଘଟଣାକୁ ଗୁରୁତ୍ୱ ଦେଇ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ସେ ଏନେଇ ଏକ ଚିଠି ଲେଖି ଆଦିବାସୀ ଭାଇଭଉଣୀଙ୍କ ଉପରେ ହୋଇଥିବା ଅତ୍ୟାଚାର ପ୍ରତି ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

ଅଭିଯୋଗ ଅନୁସାରେ, ସିଜିମାଳି ଅଞ୍ଚଳରେ ବକ୍ସାଇଟ ଖଣି ପ୍ରକଳ୍ପକୁ ନେଇ ଆଦିବାସୀମାନେ ବିରୋଧ କରୁଥିବାବେଳେ ପୁଲିସ ପକ୍ଷରୁ ଅତ୍ୟାଚାର ହୋଇଥିବା କୁହାଯାଇଛି। ପୁଲିସ ମାଡରେ ଅନେକ ଆଦିବାସୀ ଆହତ ହୋଇଥିବା ସୂଚନା ମିଳିଛି, ଯାହା ଉଦ୍ବେଗଜନକ ବୋଲି ସସ୍ମିତ ପାତ୍ର କହିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗ୍ରାମସଭାଗୁଡ଼ିକ ଠିକ୍ ଭାବରେ ହୋଇନଥିଲା ଏବଂ ଆଦିବାସୀମାନଙ୍କ ମତାମତକୁ ଅବହେଳା କରି ବକ୍ସାଇଟ ପ୍ରକଳ୍ପକୁ ଜୋରପୂର୍ବକ ଆଗେଇ ନେବା ଚେଷ୍ଟା ହୋଇଛି। ଏହା ସହିତ ପେସା ଆଇନ (PESA) ଓ ଫରେଷ୍ଟ ରାଇଟସ୍ ଆକ୍ଟର ଉଲଂଘନ ହୋଇଥିବା ଅଭିଯୋଗ ମଧ୍ୟ କରାଯାଇଛି।

ସସ୍ମିତ ପାତ୍ରଙ୍କ କହିବା ଅନୁଯାୟୀ, ଆଦିବାସୀଙ୍କ ମୂଳ ଅଧିକାର, ସମ୍ମାନ ଓ ସୁରକ୍ଷାକୁ ଅବହେଳା କରାଯାଉଛି ଏବଂ ପୁଲିସ ପକ୍ଷପାତିତା ଦେଖାଉଛି। ସେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଓଡ଼ିଶା ସରକାର ସହ ତୁରନ୍ତ ଆଲୋଚନା କରି ଯଥୋଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଆଦିବାସୀ ଭାଇଭଉଣୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଏପରି ଘଟଣା ପୁଣି ନ ଘଟେ ବୋଲି କଡ଼ା ବ୍ୟବସ୍ଥା ନେବା ଆବଶ୍ୟକ ବୋଲି ଦାବି କରାଯାଇଛି।

Leave A Reply

Your email address will not be published.