ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର

0

ନ୍ୟୁଜ୍ ବ୍ୟୁରୋ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧିକୁ କେନ୍ଦ୍ର ସରକାର ଆହୁରି ବଢ଼ାଇଛନ୍ତି। ନୂତନ ନିଷ୍ପତ୍ତି ଅନୁସାରେ, ଟ୍ରିବ୍ୟୁନାଲର ମେୟାଦ ୨୦୨୭ ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସମ୍ପର୍କରେ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବତନ ଅବଧି ଏପ୍ରିଲ ୧୪ରେ ସମାପ୍ତ ହେବାକୁ ଥିଲା। କିନ୍ତୁ ବିବାଦ ନିରାକରଣ ଶେଷ ପର୍ଯ୍ୟାୟରେ ଥିବାରୁ ଅବଧି ବଢ଼ାଇବା ଆବଶ୍ୟକ ହୋଇଥିଲା।

ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି। ୨୦୧୮ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ଟ୍ରିବ୍ୟୁନାଲ ଏପର୍ଯ୍ୟନ୍ତ ୪୯ଟି ଶୁଣାଣି ସମାପ୍ତ କରିଛି ଏବଂ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ମିଳିବା ନେଇ ଆଶା ରହିଛି, ଯଦିଓ ଏପର୍ଯ୍ୟନ୍ତ କୌଣସି ସମ୍ମତି ହୋଇନାହିଁ। ଏହି ପରିସ୍ଥିତିରେ ଓଡ଼ିଶା ସରକାର ଅବଧି ବଢ଼ାଇବା ପାଇଁ ଅନୁରୋଧ କରିଥିଲେ, ଯାହାକୁ କେନ୍ଦ୍ର ସରକାର ମନୋନୀତ କରି ଆଉ ୯ ମାସ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ସମୟସୀମା ବଢ଼ାଇଛନ୍ତି।

Leave A Reply

Your email address will not be published.